ତୁଳସୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା…

ପଦ୍ମପୁର (ସମୃଦ୍ଧ ଓଡିଶା) ବର୍ତ୍ତମାନ ସମୟରେ ମଧ୍ୟ ଜୀବନକୁ ବାଜି ଲଗାଇ ନିଜ କର୍ତ୍ତବ୍ୟ ଜାରି ରଖିଥିବା ବିଜେପୁର ବ୍କକର ସମସ୍ତ କରୋନା ଯୋଦ୍ଧାମାନଙ୍କୁ ତୁଳସୀ ଚାରିଟେବୁଲ ଟ୍ରଷ୍ଟ ଆନୁକୁଲ୍ୟରେ ବିଜେପୁର ସ୍ଥିତ ପୁଖାମୁଣ୍ତା ମନ୍ଦିର ଠାରେ କରୋନା ଯୋଦ୍ଧାମାନଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମ୍ବର୍ଦ୍ଧନା ସଭାରେ ତୁଳସୀ ଚାରିଟେବୁଲ ଟ୍ରଷ୍ଟ ତଥା ଯୁବନେତା ଶ୍ରୀକାନ୍ତ ମିଶ୍ରଙ୍କ ସଭାପତିତ୍ବରେ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା ପ୍ରଦୀପ ପୁରୋହିତ ଯୋଗ ଦେଇ ଲକ ଡାଉନ୍ ସମୟରେ ବାହାରେ ବୁଲି କାମ କରୁଥିବା ସ୍ୱାସ୍ଥ୍ୟ କର୍ମଚାରୀ, ଆଶା କର୍ମୀ ଓ ସାମ୍ବାଦିକଙ୍କୁ ପାଦ ଧୋଇ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜେପୁର ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ତୁଳସୀ ଚାରିଟେବୁଲ ଟ୍ରଷ୍ଟକୁ ଏପରି ମହାନ କାର୍ଯ୍ୟ କରିଥିବାରୁ ପ୍ରଂଶସା କରିଥିଲେ ।

ରିପୋର୍ଟ : ନିରୋଜ କୁମାର ପାଣୀ