ତୁରନ୍ତ ମଣ୍ଡି ଖୋଲି ଧାନ କିଣିବାକୁ ଜଳେଶ୍ୱର କିଷାନ କଂଗ୍ରେସ ପକ୍ଷରୁ ଦାବି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଚଳିତ ବର୍ଷ ବାଲେଶ୍ୱର ଜିଲାର ଜଳେଶ୍ୱର ଅଂଚଳର ଚାଷୀମାନେ ବହୁ ପ୍ରତିକୂଳ ପାଗରେ ରବିଧାନ ଉତ୍ପନ୍ନ କରିଛନ୍ତି । ହେଲେ ଅଦିନିଆ କାଳବୈଶାଖି ବେଡି ଉପରେ କୋରଡା ସାଜିଛି । ଜମିରେ ଧାନ ଗଜା ହେଲାଣି ତ ପୁଣି ଅମଳପରେ ଧାନ ଶୁଖାଇବାକୁ ସମ୍ଭବ ହେଉନାହିଁ । କରୋନା ମହାମାରୀ ସମୟରେ ଲକ୍‌ଡାଉନ୍ ଯୋଗୁଁ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଂଗି ଯାଇଥିବା ବେଳେ ସେମାନେ ପଶ୍ଚିମବଂଗର ବେପାରୀମାନଙ୍କର ଶୀକାର ହେଉଛନ୍ତି । ଚାଷୀମାନେ ଧାନ କୃଣ୍ଟଲକୁ ୯ଶହରୁ ଏକ ହଜାର ଟଙ୍କାରେ ଅଭାବୀ ବିକ୍ରି କରିବାକୁ ହେଉଛନ୍ତି । ଚାଷୀମାନଙ୍କ ଏପରି ଦୁର୍ଦ୍ଦିନ ସମୟରେ ସରକାରଙ୍କ ପକ୍ଷରୁ ଯଥାଶୀଘ୍ର ଟୋକନ ଯୋଗାଇ ଦେଇ ସମବାୟ ସମିତି ମାଧ୍ୟମରେ ଧାନକ୍ରୟ କରିବାକୁ ଜଳେଶ୍ୱର କିଷାନ କଂଗ୍ରେସ ପକ୍ଷରୁ ସଭାପତି ସୁଦାମ ପାତ୍ର, ଚିତ୍ତରଂଜନ ପରିଡା, ଶ୍ରୀକାନ୍ତ ସିଂ, ମୋତିଲାଲ ଅଧିକାରୀ, ଉମାଶଂକର ମହାପାତ୍ର, ବିଭୂଦତ୍ତ ଦେ, କ୍ଷିତୀଶ ଦେ, ତ୍ରିଲୋଚନ ନାୟକ, ଜଗଦୀଶ ଜେନା, ଭଗବାନ ଜେନା, କ୍ଷିତିଶ ବେହେରା, ଯତୀନ୍ଦ୍ର ମହାନ୍ତି, ମଧୁ ଗାନ୍ଧୀ, ନବୀନ ପରିଡା, ସୁଜିତ୍ ଦେ, ଦେବ ନନ୍ଦୀ, ରବିନ୍ଦ୍ର ଦାସ, ନୟନ ପାଠୀ, ବିରେନ୍ଦ୍ର ଦେ, ଶିଶିର ଭୂୟାଁ, ଜୟନାରାୟଣ ପ୍ରଧାନ, ପରିତୋଷ କାମିଳା, ଲକ୍ଷ୍ମୀକାନ୍ତ କର, ହେମନ୍ତ ଗିରି, ମନୋରଂଜନ ଜେନା, କାତ୍ତିୟକ ବାଗ, ବଳରାମ ଓଝା, ଖୋକନ ମହାନ୍ତି, ରବିନ୍ଦ ମଲ୍ଲିକ, ଗୌରାଙ୍ଗ ମହାପାତ୍ର, ଖଗେନ୍ଦ୍ର ସାମଲ, ସୁଜିତ୍ ଦେ ପ୍ରମୁଖ ଦାବି କରିଛନ୍ତି । ଅନ୍ୟଥା ଆସନ୍ତା ଦିନରେ ସେମାନେ ଜିଲାପାଳଙ୍କୁ ଅବଗତ କରାଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ପ୍ରେସ୍ ବିଜ୍ଞାପ୍ତିରେ ସୂଚନା ଦେଇଛନ୍ତି ।