ତାମିଲିନାଡୁ ମୁଖ୍ୟମନ୍ତ୍ରୀ ଟିମ,ମମତାଙ୍କ ପରେ ବାହାନଗା ଟ୍ରେନ୍‌ ଦୁର୍ଘଟଣାସ୍ଥଳ ଆସୁଛନ୍ତି ପିଏମ ମୋଦି…

ବାଲେଶ୍ୱର(ସମୃଦ୍ଧ ଓଡିଶା)ଦିଲ୍ଲୀରେ ଉଚ୍ଚ ସ୍ତରୀୟ ବୈଠକରେ ବାହାନଗା ରେଳ ଦୁର୍ଘଟଣାର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଆସିବେ। ପ୍ରଧାମନ୍ତ୍ରୀ ପ୍ରଥମେ ଟ୍ରେନ୍‌ ଦୁର୍ଘଟଣା ସ୍ଥଳ ବାଲେଶ୍ୱରର ବାହାନଗାକୁ ଯିବେ। ସେଠାରେ ସେ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିବେ। ଏହାପରେ ପ୍ରଧାନମନ୍ତ୍ରୀ ଗୁରୁତରମାନେ ଚିକିତ୍ସିତ ହେଉଥିବା କଟକ ଏସସିବି ମେଡିକାଲ କଲେଜକୁ ଯିବେ। ସେଠାରେ ସେ ଗୁରୁତରଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବେ। ଏନେଇ ଆଜି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଇଛି।ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ପୁଅ ମଧ୍ୟ ଆଜି ଦୁର୍ଘଟଣାସ୍ଥଳ ଆସିବାର କାର୍ଯ୍ୟକ୍ରମ ରହିଛି। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀଙ୍କ ପୁଅଙ୍କ ସହ ତାମିଲନାଡୁ ସରକାରଙ୍କ ଏକ ପ୍ରତିନିଧି ଦଳ ମଧ୍ୟ ଆସିବେ ବୋଲି ଜଣାଯାଇଛି। ଓଡ଼ିଶା ଆସୁଛନ୍ତି ତାମିଲନାଡ଼ୁର ୩ ମନ୍ତ୍ରୀ।ଚେନ୍ନାଇ ବିମାନବନ୍ଦରରୁ ବାହାରିଲେ ୩ ମନ୍ତ୍ରୀ । ବାଲେଶ୍ୱର ଜିଲ୍ଲା ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ୍‌ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୩୮ ହୋଇଥିବା ବେଳେ ୯ଶହରୁ ଊର୍ଦ୍ଧ୍ୱ ଜଣ ଗୁରୁତର ହୋଇ ମରଣ ସହ ସଂଘର୍ଷ କରୁଛନ୍ତି। ଏହା ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଥିବା ବେଳେ ସମଗ୍ର ଦେଶବାସୀ ଭାଙ୍ଗି ପଡ଼ିଥିବା ବେଳେ ବିଭିନ୍ନ ମହଲରୁ ମିଶ୍ର ପ୍ରତିକ୍ରିୟା ଆସୁଛି।ଗତକାଲି ସନ୍ଧ୍ୟା ୭ ଟା ରେ ଘଟିଥିବା ଏହି ଦୁର୍ଘଟଣାରେ ପ୍ରାୟ ୩ଶହ ପାଖାପାଖି ଯାତ୍ରୀଙ୍କର ଅକାଳ ବିୟୋଗ ହୋଇଛି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ସମେତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ସକାଳେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଉଦ୍ଧାର କାର୍ଯ୍ୟ ସହିତ ଗୁରୁତରଙ୍କୁ ଚିକିତ୍ସା ଯୋଗାଇଦେବା ପ୍ରାଥମିକତା ଉପରେ ଗୁରୁତ୍ୱ ଦିଆଯାଉଛି। ଏହାପରେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୁର୍ଘଟଣାର କାରଣ ଖୋଜାଯିବ ବୋଲି ସେମାନେ କହିଛନ୍ତି। ଏହି ଦୁର୍ଘଟଣାର ମୃତକଙ୍କ ପ୍ରତି ସମବେଦନା ଜଣାଇବାକୁ ଆଜି ଓଡ଼ିଶା ଓ ତାମିଲନାଡ଼ୁରେ ଦିନିକିଆ ଶୋକ ପାଳନ କରାଯାଉଛି।