ତହସିଲ ଆଗରେ ଓଡିଶା କୃଷକ ସଭା ପକ୍ଷରୁ ବିକ୍ଷୋଭ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସର୍ବଭାରତୀୟ କୃଷକ ସର୍ଘସ ସମିତି ଡାକରାରେ ଓଡିଶା କ୍ୟଷକ ସଭା ପକ୍ଷରୁ ଜଳେଶ୍ୱର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ କରୋନା ଆଇନ୍‌ରେ ରାମାଜିକ ଦୂରତା ।କ୍ଷା କରି ବିକ୍ଷୋଭ ଅନୁଷ୍ଠିତ ହୋଇ ଯାଇଛି । କୃଷି ଓ କୃଷକ ବିରୋଧି ଅଧ୍ୟାଦେଶ ବାତିଲ କରିବା, ନୂତନା ବିଦ୍ୟୁତ୍ ସଂଶୋଧନ ବିଲ ୨୦୨୦ ପ୍ରତ୍ୟାକ୍ଷାନ କରିବା, ଡିଜେଲ ମୂଲ୍ୟ ବୃଦ୍ଧିକୁ ପ୍ରତ୍ୟାକ୍ଷାତ କରିବା, ପରିବେଶଗତ ପ୍ରଭାବ ଆକଳନ ବିଜ୍ଞପ୍ତିକୁ ପ୍ରତ୍ୟାହାର କରିବା, ମୁକ୍ତ ବାଣଜ୍ୟଚୁକ୍ତିକୁ ବାତିଲ କରିବା, ସମସ୍ୟ ରାଜନେଅତିକ ବ୍ୟକ୍ତିଙ୍କୁ ଖୋଲାସ କରିବା, ଗଣତାନ୍ତ୍ରିକ ଅଧିକାର ଉପରେ ଆକ୍ରମଣ ବନ୍ଦ କରିବା, ଆୟ ନ ଥିବା ପ୍ରତ୍ୟେକ ପରିବାରକୁ ୭୫୦୦ ଟଙ୍କା ଲେଖାଏଁ ୬ମାସ ଦେବା, ବନ୍ୟାଞ୍ଚଳର ସମସ୍ତ କ୍ଷତିଗ୍ରସ୍ତଙ୍କୁ ୨ହଜାର ଓ ୧କ୍ୟୁଣ୍ଟାଲ ଚାଉଳ, ଦେବା । ଚାଷୀଙ୍କୁ ପର୍ଯ୍ୟନ୍ତ ସାର ଯୋଗାଇବା ଓ ସମସ୍ତଙ୍କୁ ମାଗଣ ସ୍ୱାସ୍ଥ୍ୟସେବାର ଯୋଗାଇବା ସହିତ କୋଭିଦ୍‌-୧୯ର ପରୀକ୍ଷା ସମସ୍ତଙ୍କୁ କରିବା ଦାବିରେ ଜଳେଶ୍ୱର ତହସିଲ ସମ୍ମୁଖରେ ବିକ୍ଷୋଭ ହୋଇଥିଲା । ଏଥିରେ ଦିଲ୍ଲିପ କୁମାର ଗିରି, ସିତାଂଶୁ ସେନାପତି, ପଲ୍ଲୁ ଦାସ, ରବିନ୍ଦ୍ର ବାରିକ, ସେକ୍ ଅବଦୁଲ ସାଦିକ, ଗଣେଶ ଭୂୟାଁ, ଜତିନ ଜେନା, ଜୀବନ ପରିଡା, ସିଲିମନ ବିବି, ରାଜୁ ଟୁଡୁ, ବଂଶିଧର ଦାସ ଓ କାହ୍ନୁ ସିଂ ପ୍ରମୁଖ ନେତୃତ୍ୱ ନେଇଥିଲେ ।