ଢୋଲପୁରରେ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ…

ଜଳେଶ୍ଵର/ନୀଳଗିରି (ସମୃଦ୍ଧ ଓଡିଶା) ଆଜି ହିରୋକପ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ ଢୋଲପୁର ଦେବଗିରି ପାହାଡ଼ର ପାଦଦେଶରେ ଅବସ୍ଥିତ ଅସ୍ତ ପଡ଼ିଆ ଠାରେ ଅନୁଷ୍ଠିତ ହୋଇ ଯାଇଅଛି । ଏଥି ସହିତ ଶେଷ ହୋଇଛି ଯାଇଛି ବାଉଁଶବଣିଆ ଗ୍ରାମ ପଞ୍ଚାୟତର ସବୁଠୁ ଚର୍ଚ୍ଚିତ ଏବଂ ଲୋକପ୍ରିୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଯାହା “ହିରୋକପ୍” । ପ୍ରତିବର୍ଷ ଏହି ହିରୋକପ ସାନପାଟପୁର ଉଚ୍ଚ ବିଦ୍ୟାଳୟ ର ପଡ଼ିଆରେ ବହୁ ଜାକଜମକରେ ଅନୁଷ୍ଠିତ ହୁଏ । ତେବେ ଏଥର କରୋନା କଟକଣାକୁ ଆଖି ଆଗରେ ରଖି ସ୍ଥାନ ପରିବର୍ତ୍ତନ କରାଯିବା ସହ ଢୋଲପୁର ସ୍ଥିତ ଅସ୍ତ ପଡ଼ିଆରେ ଅନେକ କ୍ରିକେଟ ପ୍ରେମିଙ୍କ ସହଯୋଗ ରେ ସମାପ୍ତ ହୋଇ ପାରିଛି । ବାଉଁଶବଣିଆ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଦଶ ଗୋଟି ଗାଁର ଦଶ ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇ ଥିଲେ । ଏବଂ ଶେଷରେ ଆଜି ଫାଇନାଲ ମ୍ୟାଚ୍ ରେ ଢୋଲପୁର କ୍ରିକେଟ ଟିମ୍ ସହିତ ଟଣକା କ୍ରିକେଟ ଟିମ୍ ଭିଡ଼ାଭିଡ଼ି ହୋଇଥିଲେ । ପ୍ରଥମେ ବ୍ୟାଟିଂ କରି ଢୋଲପୁର କ୍ରିକେଟ ଟିମ୍ ସଂଗ୍ରହ କରିଥିଲା ମାତ୍ର ୧୧୭ ରନ୍ ନିର୍ଦ୍ଧାରିତ ୨୦ ଓଭରରେ । ବିଜୟ ଲକ୍ଷକୁ ପିଛା କରି ମାତ୍ର ଗୋଟିଏ ୱିକେଟରେ ଯାଦୁଗରୀ ବ୍ୟାଟ୍ସମ୍ୟାନ୍ “ଶ୍ରୀକାନ୍ତ”ଙ୍କର ଆକର୍ଷଣୀୟ ବ୍ୟାଟିଂରେ ଟଣକା ଦଳ ବିଜୟ ଲାଭ କରିଛି । ଏହି ମ୍ୟାଚରେ ମ୍ଯାନ୍ ଅଫ୍ ଦି ମ୍ୟାଚ୍ ହୋଇଛନ୍ତି ଯୁବ ପ୍ରତିଭା “ବିଜୟ ମଲ୍ଲିକ” ଯିଏ ଚାରୋଟି ୱିକେଟ ସଂଗ୍ରହ କରିବା ସହ ବ୍ୟକ୍ତିଗତ ୧୫ ରନ୍ କରିଥିଲେ । ପ୍ରଦୀପ ମିଶ୍ର ମ୍ୟାନ ଅଫ୍ ଦି ସିରିଜ ହେବା ସହିତ ଦଳର ଅଧିନାୟକ ପ୍ରକାଶ ମଲ୍ଲିକ ଆଜିର ମୁଖ୍ୟ ଅତିଥି ବିଜ୍ଞାନ ଶିକ୍ଷକ ଉପେନ୍ଦ୍ର ସାରଙ୍କ ଠାରୁ ଟ୍ରଫି ଏବଂ ରାଶି ଗ୍ରହଣ କରିଥିଲେ । ମଞ୍ଚରେ ଅନ୍ୟ ବରିଷ୍ଠ ଅତିଥି ଖେଳାଳି ସଞ୍ଜୟ ପାତ୍ର  ରମେଶ ରାଉତ ଏବଂ କ୍ରୀଡ଼ା ପ୍ରେମୀ କପିଳାସ  ନାୟକ ମଂଚାସିନ ହୋଇଥିଲେ । ମଞ୍ଚ ପରିଚାଳନା କୌଶିକ ଲେଙ୍କା କରିବା ସହିତ ସଭା ଶେଷରେ ସଭିଙ୍କୁ ରତିକାନ୍ତ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ଏଥିରେ ମୁଖ୍ୟ ଆୟୋଜକ ଅନୋଜ ପ୍ରଧାନ, ସନ୍ତୋଷ ଲେଙ୍କା, ଯାକେଶ ପରିଡ଼ା,ବନଞ୍ଜୟ ରାଉତ ପମୁଖ ଉପସ୍ଥିତ ରହିଥିଲେ |