ଢେଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ ବାଜି ରାଉତଙ୍କ ସହୀଦ ଦିବସ ପାଳିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ରବିବାର ସ୍ଥାନୀୟ ବାଜିଚୌକ ଠାରେ ଢେଙ୍କାନାଳ ନାଗରିକ ଫୋରମର କର୍ମକର୍ତ୍ତା ମାନେ ଏକତ୍ରିତ ହୋଇ ସହୀଦ ବାଜି ରାଉତଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରି ଧୂପଦାନ କରିଥିଲେ l ତାଛଡା “ସହୀଦ ବାଜି ରାଉତ ଅମର ରହେ ନାରା” ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ଫୋରମର ଉପସଭାପତି ପଙ୍କଜ ନାୟକ, ସମ୍ପାଦକ ଭରତ ଦାସ, ସହସଂପାଦକ ତଥା ଆଇନଜୀବୀ ଗୁପ୍ତେଶ୍ୱର ମିଶ୍ର, ମହିଳା ପ୍ରମୁଖ ପ୍ରଭାତୀ ମହାପାତ୍ର, ନଗର ସମ୍ପାଦକ ଦୟାନିଧି ବେହେରା, ଆଇନଜୀବୀ ଅମ୍ବିକା ପ୍ରସାଦ ମିଶ୍ର, ନରେନ୍ଦ୍ର ବେହେରା, ଜଗଦାନନ୍ଦ ଦାସ, ସୋମେନ୍ଦୁ ଶତପଥୀ, କୃଷ୍ଣଚନ୍ଦ୍ର ଦାସ, ରୁଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l