ଢେଙ୍କାନାଳ ସଚେତନ ନାଗରିକ ଫୋରମ ମହିଳl ଶାଖା ପକ୍ଷରୁ ବିଶ୍ୱ ମହିଳା ଦିବସ ପାଳନ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ଅପରାହ୍ଣ ୪ ଘଟିକା ସମୟରେ ଫୋରମ କାର୍ଯ୍ୟାଳୟ ପରିସରସ୍ଥ ସଭାଗୃହରେ ଢେଙ୍କାନାଳ ସଚେତନ ନାଗରିକ ଫୋରମ ମହିଳା ଶାଖା ପକ୍ଷରୁ ଜିଲ୍ଲା ସଭାନେତ୍ରୀ ପ୍ରଭାତୀ ମହାପାତ୍ରଙ୍କ ନେତୃତ୍ଵରେ କୋଭିଡ-୧୯ ନିୟମ ଅନୁପାଳନ କରି ବିଶ୍ୱ ମହିଳା ଦିବସ ନିରାଡ଼ମ୍ବର ଭାବରେ ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ଗଦିଁଆ ବ୍ଲକ ଶିକ୍ଷା ଅଧିକାରୀ ତଥା ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମିନତୀ ଦେହୁରୀ ଯୋଗ ଦେଇ ସ୍ଵୀୟ ଅଭିଭାଷଣରେ ନାରୀ ଶିକ୍ଷା ନାରୀ ସମାଜର ହିଁ ସର୍ବାଙ୍ଗୀନ ପ୍ରଗତିର ସୂତ୍ରଧର ବୋଲି ଦୃଢ଼ ଆଶାପୋଷଣ କରିଥିଲେ । ଯୁବl ଆଇନଜୀବୀ ସାଗରୀକା ପଣ୍ଡା ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ନାରୀମାନଙ୍କ ସପକ୍ଷରେ ଥିବା ବିଭିନ୍ନ ଆଇନ କାନୁନ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ l ମହିଳା ଶାଖାର ଉପସଭାପତି ବନଜା ମାନସିଂ ଅତିଥି ପରିଚୟ ଦେଇଥିବା ବେଳେ ବିଷ୍ଣୁପ୍ରିୟା ରଥ, ଶତାୟୁ, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଲୟର ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର ମଙ୍ଗଳାଚରଣ ଗାନ କରିବା ସଙ୍ଗେ ସଙ୍ଗେ ନାରୀ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ, ରାଜ୍ୟ ପୁରସ୍କାର ପ୍ରାପ୍ତ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଢେଙ୍କାନାଳ ଜିଲ୍ଲା ସଂଯୋଜକ ଡା.ଦେବୀ ପ୍ରସାଦ ମିଶ୍ର ନାରୀ ପାଇଁ ଗୋଟିଏ ସନେଟ କବିତା ପାଠ କରି ସମସ୍ତଙ୍କୁ ମନ୍ତ୍ରମୁଗଧ କରି ଦେଇଥିଲେ ।ଅନ୍ୟମାନଙ୍କ ମଧ୍ୟରେ ମମତା ମିଶ୍ର, ନମିତାରାଣୀ ମିଶ୍ର, ଶିଳ୍ପୀଶ୍ରୀ ହରିଚନ୍ଦନ ରାଜ୍ୟ ଓ ଜାତୀୟ ପୁରସ୍କାର ପ୍ରାପ୍ତ ପ୍ରାକ୍ତନ ପ୍ରଧାନ ଶିକ୍ଷିକା ଜ୍ୟୋର୍ତିମୟୀ ନାଥ ପ୍ରମୁଖ ନିଜ ନିଜ ବକ୍ତବ୍ୟ ରଖିଥିଲେ । ମହିଳା ସମ୍ପାଦିକା ଶିଳ୍ପୀଶ୍ରୀ ଶୁଭଦର୍ଶିନୀ ହରିଚନ୍ଦନ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ଫୋରମର ବରିଷ୍ଠ ସଦସ୍ୟା ରୀତାଞ୍ଜଳୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ସୁରଭି ମହାପାତ୍ର, ସାଜିଦା ପରବୀନ, ସୁଚିତ୍ରା ସିଂ, ଶ୍ରୀପଦା ସାହୁ, ସନ୍ଧ୍ୟାରାଣୀ ସାହୁ,ଭରତ କୁମାର ଦାସ, ଶିକ୍ଷା ବିଭାଗ ପ୍ରମୁଖ ଡା. ଦେବୀ ପ୍ରସାଦ ମିଶ୍ର, ସରୋଜ ଶତପଥୀ, ଓଡ଼ିଆ ପ୍ରାଧ୍ୟାପକ ବିଶ୍ୱନାଥ ମହାପାତ୍ର, ଆଇନଜୀବୀ ଗୁପ୍ତେଶ୍ଵର ମିଶ୍ର, ଅଜୟ ମିଶ୍ର, ଚକ୍ରଧର ତରାଇ, ଅମରେନ୍ଦ୍ର ସାହୁ,ଦୟାନିଧି ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ପରିଚାଳନାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ।