ଢେଙ୍କାନାଳ ଷ୍ଟାଡିୟମରେ ୭୪ତମ ସ୍ୱାଧୀନତା ଦିବସ ପାଳନ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ସାରା ଭାରତରେ ଆଜି ୭୪ତମ ସ୍ୱାଧୀନତା ଦିବସ ପାଳନ କରାଯାଉଥିବା ବେଳେ ଢେଙ୍କାନାଳ ଜିଲ୍ଲା ସଦର ମହକୁମାର ମୁଖ୍ୟ ଷ୍ଟାଡିୟମରେ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ଏଥିରେ ଦୀପକ କୁମାର ଢେଙ୍କାନାଳ ଜିଲ୍ଲା ସଦର ମହକୁମାର ମୁଖ୍ୟ ଦୀପକ କୁମାର ଏଙ୍କର ରାଜ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲାପାଳ ଭୂବେଶ ଚନ୍ଦ୍ର ବେହେରାଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ସାରା ବିଶ୍ୱ ମହାମାରୀ କରେନାର ପାଦୃଭାବରେ କବଳିତ । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ନିରାଡମ୍ବର ଭାବରେ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କେବଳ କରେନା ଯୋଦ୍ଧାମାନଙ୍କୁ ଅତିଥି ଭାବେ ଡକା ଯାଇଥିଲା । ଯୋଦ୍ଧା ଭାବେ କାର୍ଯ୍ୟ କରୁଥିବା ଡାକ୍ତର, ନସ୍ ମୁନସିପାଲିଟ୍ କର୍ମଚାରୀ, ପୋଲିସ, ଅଗ୍ନିଶମ କର୍ମଚାରୀ, ଆଶାକର୍ମୀ ଓ ଅଙ୍ଗନବାଡ଼ି କର୍ମୀମାନଙ୍କୁ ଅତିଥି ଉପଢ଼ୌକନ, ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଅତିଥିମାନେ ଆଜିର ଦିବସର ଗୃରୁତ୍ୱ ବିଷୟରେ ନିଜସ୍ୱ ମତ ରଖିଥିଲେ ।

ରିପୋର୍ଟ : ଶୁଭମ ପାଣି