ଢେଙ୍କାନାଳ ଟାଇଟନ୍ସ ବନାମ ଅନୁଗୁଳ ଯୋଦ୍ଧାଙ୍କ ପ୍ରଦର୍ଶନୀ ମ୍ୟାଚ ଅନୁଷ୍ଠିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଡାକ ମଣ୍ଡଳ ତରଫରୁ ଢେଙ୍କାନାଳ ଟାଇଟନ୍ସ ବନାମ ଅନୁଗୁଳ ଯୋଦ୍ଧାଙ୍କ ଭିତରେ ଏକ ପ୍ରଦର୍ଶନୀ ମ୍ୟାଚ କାଇମଟି ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚରେ ପ୍ରଥମେ ଅନୁଗୁଳ ଦଳ ଟସ ଜିତି ଫିଲ୍ଡିଂର ନିଷ୍ପତି ନେଇଥିଲା ଏବଂ ଢେଙ୍କାନାଳ ଦଳ ପ୍ରଥମେ ବ୍ୟାଟିଂ କରି ୧୫ ଓଭରରେ ୧୧୪ ରନର ଟାର୍ଗେଟ ଦେଇଥିଲା ଏବଂ ଶେଷରେ ଅନୁଗୁଳ ଦଳ ୧୩ ଓଭର, ୮୩ ରନରେ ସମସ୍ତ ଉଇକେଟ ହରାଇ ପରାସ୍ତ ହୋଇଥିଲା । ଢେଙ୍କାନାଳ ଟାଇଟନ୍ସ ବିଜୟ ହାସିଲ କରିଥିଲା ଏବଂ ଢେଙ୍କାନାଳ ଦଳର ଅଧିନାୟକ ସଂଜୟ ବେହେରା ମ୍ୟାନ ଅଫ ଦ ମ୍ୟାଚ ଏବଂ ମନ୍ଦିର ବେହେରା ବେଷ୍ଟ ବୋଲର ଭାବରେ ସମ୍ମାନିତ ହୋଇଥିଲେ । ଏହି ମ୍ୟାଚଟି ଢେଙ୍କାନାଳ ପି.ଆର.ସି ପକ୍ଷରୁ ଆୟୋଜନ କରାଯାଇଥିଲା । ଏହି ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଭାଗ୍ୟଧର ଦାସ ଆଉ ସମ୍ମାନିତ ଅତିଥି ଭାବେ ପୂର୍ଣ୍ଣ ଚନ୍ଦ୍ର ଶୁକ୍ଳା ନିମନ୍ତ୍ରିତ ହୋଇଥିଲେ । ଶ୍ରୀ ଦାସ ତାଙ୍କ ଭାଷଣରେ କହିଥିଲେ ଯେ ଗୋଟିଏ ଡାକମଣ୍ଡଳର ଦୁଇ ଜିଲ୍ଲା ଭିତରେ ଏହିପରି କ୍ରୀଡା-ଖେଳ ଦ୍ୱାରା ବନ୍ଧୁତ୍ୱ ଭାଇଚାରକୁ ଅଧିକରୁ ଅଧିକ ସୁଦୃଢ କରିବା ସହ କାର୍ଯ୍ୟକ୍ଷେତ୍ରରେ କର୍ମୀ ମାନଙ୍କର କାର୍ଯ୍ୟ ଦକ୍ଷତା ବଢାଇଥାଏ । ସର୍ବ ଶେଷରେ ଆୟୋଜକ ଦଳ ଢେଙ୍କାନାଳ ଟାଇଟନ୍ସ ତରଫରୁ ଦୀପ୍ତି ରଞ୍ଜନ ସାମନ୍ତ ଦୁଇ ଦଳର ସମସ୍ତ ଖେଳାଳି ମାନଙ୍କ ସମେତ କ୍ରୀଡ଼ାପ୍ରେମୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଶୁଭମ ପାଣି