ଢେଙ୍କାନାଳ ଜିଲ୍ଲାସ୍ତରୀୟ ବିଶ୍ୱ ରେଡକ୍ରସ ଦିବସ ପାଳିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ପୌରାଞ୍ଚଳ ଅନ୍ତର୍ଗତ ଲକ୍ଷ୍ମୀଧର ମ୍ୟୁନିସିପାଲିଟି ଉଚ୍ଚ ବିଦ୍ୟାଳୟରେ ପରିସରରେ ଜିଲ୍ଲା ସ୍ତରୀୟ ବିଶ୍ବ ରେଡକ୍ରସ ଦିବସ -୨୦୨୨ କୋଭିଡ଼ ନିୟମ ଅନୁପାଳନ କରି ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଢେଙ୍କାନାଳ ଜିଲ୍ଲା ଶିକ୍ଷାଅଧିକାରୀ ତଥା ଜିଲ୍ଲା ଜୁନିୟର ରେଡକ୍ରସ ସଭାପତି ନିବେଦିତା ପାଣି ଯୋଗଦେଇ ଜୀବନରେ ସେବା ମନୋବୃତି ରଖି କାର୍ଯ୍ୟ କଲେହିଁ ମାନବ ଜୀବନ ସାର୍ଥକ ହୋଇଥାଏ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସସ୍ମିତା ସାହୁ ଯୋଗଦେଇ ଜୁନିୟର ମାନଙ୍କୁ ରେଡକ୍ରସର ପ୍ରତିଷ୍ଠାତା ହେନେରୀ ଡୁରାଣ୍ଟଙ୍କ ଜୀବନ ଦର୍ଶନରେ ଅନୁପ୍ରାଣିତ ହୋଇ ଦୁଃଖୀରଙ୍କିଙ୍କ ସେବାରେ ନିଜ ଜୀବନକୁ ଉତ୍ସର୍ଗୀକୃତ କରିବା ପାଇଁ ସୁପରାମର୍ଶ ପ୍ରଦାନ କରିଥିଲେ । ଢେଙ୍କାନାଳ ଜିଲ୍ଲା ଶାରିରୀକ ଶିକ୍ଷା ନିରୀକ୍ଷକ ତଥା ଜୁନିୟର ରେଡକ୍ରସର ସମ୍ପାଦକ ସୌଦାମିନୀ ଦାସଙ୍କ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ଏହି ଅବସରରେ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତା “ଦି ହ୍ୟୁମାନ କାଇଣ୍ଡ” ବା “ମାନବେ ଦୟା ପ୍ରଦର୍ଶନ” ବିଷୟବସ୍ତୁ ଉପରେ ଜୁନିୟର ମାନଙ୍କ ମଧ୍ୟରେ କରାଯାଇଥିଲା । ଏହି ବକ୍ତୃତା  ପ୍ରତିଯୋଗିତାରେ ଲକ୍ଷ୍ମୀଧର ମ୍ୟୁନିସିପାଲିଟି ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ଛାତ୍ର ରୁଦ୍ରନାରାୟଣ ମିଶ୍ର ପ୍ରଥମ ସ୍ଥାନ, ଗୋବିନ୍ଦପୁର ସ୍ଥିତ କାମାକ୍ଷା ପ୍ରସାଦ ସରାକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ବିଷ୍ଣୁ ପ୍ରସାଦ ସାହୁ ଦ୍ୱିତୀୟ ସ୍ଥାନ ଏବଂ ଡ଼ଃ. ଦାଶରଥୀ ମିଶ୍ର ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ଛାତ୍ରୀ ବିଷ୍ଣୁ ପ୍ରିୟା ସାହୁ ତୃତୀୟ ସ୍ଥାନ ଅଧିକାରୀ କରି ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ । ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟଶ୍ରୀ ମିଶ୍ର ସଭାପତିତ୍ୱ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଶତାଧିକ ଜୁନିୟର, ଜୁନିୟର ରେଡକ୍ରସ କାଉନସିଲରମାନେ ଯୋଗ ଦେଇଥିଲେ । ଜିଲ୍ଲାର ଜୁନିୟର ରେଡକ୍ରସ ସାଧନକର୍ମୀ ନରେଶ କୁମାର ମହାରଣା ସ୍ବାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ, ମଞ୍ଚ ପରିଚାଳନା, ସଭା କାର୍ଯ୍ୟ ସଂଯୋଜନା ଓ ପରିଶେଷରେ  ଧନ୍ୟବାଦ ଅର୍ପଣ କରିଥିଲେ । କାଉନସିଲର ସୁବ୍ରତ କୁମାର ମିଶ୍ର, ସୁଶୀଲ କୁମାର ପଣ୍ଡା, ସ୍ମିତିସୁଧା ଜେନା, ସୌଦାମିନି ଦଳେଇ, ରସାନନ୍ଦ ସାହୁ, ସୁଲୋଚନା ଭୂତିଆ, ପ୍ରଶାନ୍ତ ସାହୁ, ସ୍ଵର୍ଣପ୍ରଭା ରାଉତ, ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ର, ମୀନକେତନ ପରିଡ଼ା, ଶିକ୍ଷୟିତ୍ରୀ ଉମା ଷଡ଼ଙ୍ଗୀ ଓ ନିଲୁଫର ଜାବୀନ ପ୍ରମୁଖଙ୍କ ସହ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ବୃନ୍ଦ  କାର୍ଯ୍ୟକ୍ରମର ସଫଳ ରୂପାୟନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି ଢେଙ୍କାନାଳ ଜିଲ୍ଲା ଜୁନିୟର ରେଡକ୍ରସ ସମ୍ପାଦକ ସୌଦାମିନୀ ଦାସ ଜଣାଇଛନ୍ତି ।