ଢେଙ୍କାନାଳ କନିଷ୍ଠ ମହାବିଦ୍ୟାଳୟର ଟପର ହେଲେ ସ୍ୱାଗତିକା ପଣ୍ଡା…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ଗୁରୁ ଦିବସରେ ମୋର ପୂଜ୍ୟ ପ୍ରଣମ୍ୟ ଗୁରୁ ମାନଙ୍କର ଏହା ମୋ ପାଇଁ ଏକ ଆଶୀର୍ବାଦ ଓ ଉପହାର ବୋଲି ଢେଙ୍କାନାଳ କନିଷ୍ଠ ମହାବିଦ୍ୟାଳୟ କଳା ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସ୍ୱାଗତିକା ପଣ୍ଡା ପ୍ରକାଶ କରିଛନ୍ତି । ଆଜି ଯୁକ୍ତ ଦୁଇ କଳା ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ନିଜର ଏହି ସଫଳତାର ଶ୍ରେୟ ସେ ତାଙ୍କର ମାତା ପିତା, ଅଧ୍ୟାପକଙ୍କୁ ଦେବା ସହିତ ଭଗବାନଙ୍କ ଆଶୀର୍ବାଦ ବୋଲି ମନେ କରିଛନ୍ତି । ଦଶମ ଶ୍ରେଣୀରେ ସଫଳତା ସହିତ ପ୍ରଥମ ସ୍ଥାନ ଅଧିକାର କରିବା ପରେ ସେ ଢେଙ୍କାନାଳ ମହାବିଦ୍ୟାଳୟକୁ ତାଙ୍କର ପ୍ରଥମ ପସନ୍ଦ ମହାବିଦ୍ୟାଳୟ ଭାବରେ ଚୟନ କରିଥିଲେ । ଅଧ୍ୟାପକ ଅଧ୍ୟାପିକାଙ୍କ ଉଚ୍ଚ କୋଟିର ଶିକ୍ଷାଦାନ ଓ ଛାତ୍ରୀ ନିବାସର ଶୃଙ୍ଖଳା ତାଙ୍କୁ ଏହି ସଫଳତା ପାଇଁ ସହାୟକ ହୋଇଥିଲା ବୋଲି କହନ୍ତି ସ୍ୱାଗତିକା । ମାତା ଗୀତାଞ୍ଜଳି ପଣ୍ଡା ଜଣେ ସାଧାରଣ ଗୃହିଣୀ ହୋଇ ମଧ୍ୟ ସ୍ୱାଗତିକାଙ୍କୁ ପାଠ ପଢା ପ୍ରତି ବେଶୀ ଉତ୍ସାହିତ କରୁଥିଲେ । ସ୍ୱାଗତିକାଙ୍କ ବାପା ବାଳି ଠାକୁରାଣୀଙ୍କର ପୂଜକ ଭାବରେ କାର୍ଯ୍ୟ କରନ୍ତି । ଆଗକୁ ସେ ଇଂରାଜୀ ସମ୍ମାନ ରେ ଅଧ୍ୟୟନ କରି ଜଣେ ଅଧ୍ୟାପିକା ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି । ତାଙ୍କର ଏହି ସଫଳତାରେ ତାଙ୍କୁ ଅଧ୍ୟକ୍ଷ ଡ. ଚତୁର୍ଭୁଜ ପତି, ଅଧ୍ୟାପକ ଦିଲୀପ କୁମାର ମଲ୍ଲିକ, ଡ. ଭୂପେଶ କୁମାର ସାହୁ, ଡ. ଆଦିତ୍ୟ କୁମାର ମେହେର, ତପନ କୁମାର ସେଟ୍ଟୀ, ଅଧ୍ୟାପିକା ଡ. ଟୁକୁନି ସାହୁ, ସୁନନ୍ଦା ସ୍ୱାଇଁ, ମଞ୍ଜୁଳିକା ନାୟକ, ପ୍ରଜ୍ଞା ପାରମିତା ପ୍ରଧାନ, ଡ. ସ୍ମରିତା ନାୟକ ଓ ଢେଙ୍କାନାଳ କଲେଜ ଆଲୁମନି ଆସୋସିଏସନର କାର୍ଯ୍ୟକାରୀ କମିଟି ପକ୍ଷରୁ ସଦସ୍ୟ ଡ଼ା. ଦେବୀ ପ୍ରସାଦ ମିଶ୍ର ତାଙ୍କର ଏହି ସଫଳତା ପାଇଁ ତାଙ୍କୁ ଶୁଭେଛା ଜଣାଇଛନ୍ତି ।