ଢେଙ୍କାନାଳର ଯୁବମୋର୍ଚ୍ଚା ତରଫରୁ ଭିସି ମାଧ୍ୟମରେ ବୈଠକ ଅନୁଷ୍ଠିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ଢେଙ୍କାନାଳ ଜିଲ୍ଲା ଯୁବମୋର୍ଚ୍ଚାର ଏକ ବୈଠକ VC ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ସାଧାରଣ ସମ୍ପାଦକ ପ୍ରିୟ ଦୀପକ ଗୋଛାୟାତ ଯୋଗ ଦେଇଥିଲେ ଏହା ସହିତ ଜିଲ୍ଲାରେ କିଭଳି ଭାବେ କୋଭିଡ ଦ୍ୱିତୀୟ ଲହର “ସେଵା ହିଁ ସଙ୍ଗଠନ” ସେବା କାର୍ଯ୍ୟକୁ ଆଗକୁ ନେବ ଓ କୋଭିଡ ଯେତେବେଳେ ତାର ଭୟାବହ ରୂପ ଦେଖାଉଛି ଏହି ସମୟରେ କେମିତି ଭାରତୀୟ ଜନତା ଯୁବମୋର୍ଚ୍ଚା ଢେଙ୍କାନାଳ ଜିଲ୍ଲା ଲୋକ ମାନଙ୍କୁ ସଚେତନ ଓ ଯଥା ସମ୍ଭବ ସାହାଯ୍ୟର ହାତ ବଢ଼ାଇବ ସେ ବିଷୟରେ ଆଲୋଚନା କରାଯାଇଥିଲା ।