ଡେଙ୍ଗାପଦର ଇନ୍ଦ୍ରାବାସ ମୁଖ୍ୟ ରାସ୍ତାରେ ଦୁର୍ଘଟଣା : ଜଣେ ମୃତ…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ବ୍ରହ୍ମପୁର ମୁଖ୍ୟ ରାସ୍ତା ଡେଙ୍ଗାପଦର ଇନ୍ଦ୍ରାବାସ ମୁଖ୍ୟ ରାସ୍ତାରେ କନକ ଦୁର୍ଗା ବସ ନମ୍ବର OR-07-S-9595 ଦୁର୍ଘଟଣା ଗସ୍ତ ହୋଇ ଏକ ଯୁବକର ମୃତ ଘଟିଥିବା ଜଣାପଡିଛି । ସୂଚନା ଅନୁଯାୟୀ ମୃତ ଯୁବକ ଜଣକ ପାଟପୁର ଥାନା ଅନ୍ତର୍ଗତ ପୁଡାମରି ଗ୍ରାମର ସିପୁନ ପୂଜାରୀ ବୟସ(୨୩) ପିତା ଗୌରାଙ୍ଗ ପୂଜାରୀ ବୋଲି ଜଣାପଡିଛି । କନକ ଦୁର୍ଗା ନାମକ ବସଟି ଦିଗପହଣ୍ଡିରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଏକ ବାଇକ ଯୋଗେ ପୁଡାମରି ଫେରୁ ଥିବାବେଳେ ଡେଙ୍ଗାପଦର ମୁଖ୍ୟ ରାସ୍ତାରେ ବସ ଚକା ତଳେ ପଡି ଯୁବକର ମୃତ ଘଟିଥିବା ଜଣାପଡିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ରାସ୍ତା ରୋକ କରିଥିଲେ । ଘଟଣା ସ୍ଥଳରେ ସଦର ପୋଲିସ ଓ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଉପସ୍ଥିତ ହୋଇ ଜନସାଧାରଣଙ୍କୁ ବୁଝାସୁଝା କରିବା ସହ ମୃତ ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସ ଯୋଗେ ଶବ ବ୍ୟବଛେଦ ପାଇଁ ବ୍ରହ୍ମପୁର ବଡ ମେଡିକାଲ ପଠାଇଥିବା ସୂଚନା ମିଳିଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା