ଡିଙ୍ଗାଶୋଳ ମଙ୍ଗଳା ମାତା ଯୁବକ ସଂଘ ପକ୍ଷରୁ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଶୁଭ ଉଦଘାଟନ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ବ୍ଲକ୍ ଅନ୍ତର୍ଗତ କୋଟସାହି ଗ୍ରାମ ପଞ୍ଚାୟତର ଡିଙ୍ଗାଶୋଳ ଗ୍ରାମର ନିର୍ମାଣ ହୋଇଥିବା ନୂତନ ଖେଳ ପଡ଼ିଆ ସହିତ କ୍ରିକେଟ ଖେଳକୁ ଆଜି ପୂର୍ବାହ୍ନରେ ଶୁଭ ଉଦଘାଟନ ହୋଇ ଯାଇଛି । ଏହି ଉଦଘାଟନୀ ଉତ୍ସବକୁ ମୁଖ୍ୟ ଅତିଥିଭାବେ ଜଳେଶ୍ବର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ବ୍ରଜ ମୋହନ ପ୍ରଧାନ ଉଦଘାଟନ କରିଥିବା ବେଳେ ଅବସରପ୍ରାପ୍ତ ଶିକ୍ଷକ କାଳିକିଙ୍କର ଦାସ ମହାପାତ୍ର ସଭାପତିତ୍ବ କରିଥିଲେ, ଅନ୍ୟମାନଙ୍କ ମଧ୍ୟରେ ଗ୍ରାମର ଗ୍ରାମ୍ୟ ମୁଖ୍ୟ ଗୋବିନ୍ଦ ଚନ୍ଦ୍ର ପରିଡ଼ା, ଗୋପାଳ ଚନ୍ଦ୍ର ଦାସ ମହାପାତ୍ର, ୱାର୍ଡ଼ ସଭ୍ୟ ବିକର୍ତ୍ତନ ଜେନା, ନଗେନ୍ଦ୍ର କୁମାର ଜେନା, ହରେନ୍ଦ୍ର ଜେନା, ଗୌରୀ ଚନ୍ଦ୍ର ଜେନା, ସୁରେଶ ଚନ୍ଦ୍ର ଜେନା, ସୁଦର୍ଶନ ଜେନା, ରଜନୀକାନ୍ତ ଜେନା ମହେଶ୍ୱର ବଡୁ ଓ ନିତ୍ୟାନନ୍ଦ ଜେନା ପ୍ରମୁଖ ଉପସ୍ଥିତ ଖେଳାଳି ଓ ଯୁବକ ସଂଘକୁ ଉତ୍ସାହିତ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ତାଙ୍କ ବକ୍ତବ୍ୟରେ ଖେଳାଳି ମାନଙ୍କ ଉଦ୍ଦେଶ୍ୟରେ କହିଥିଲେ କି, ଖେଳ ସଠିକ୍ ଭାବେ କଲେ ଦିନେ ନା ଦିନେ ଆନ୍ତର୍ଜାତୀୟ ଖେଳାଳି ଭାବରେ ପରିଣତ ହୋଇ ପାରିବ ଓ ଖେଳ ଗୋଟିଏ ଭାଇଚାରା ସୃଷ୍ଟି କରାଏ ବୋଲି କହିଥିଲେ । ଏହି ଖେଳ ଡିଙ୍ଗାଶୋଳ, ଲଙ୍ଗଳେଶ୍ବର (କ) ବାଲେଶ୍ୱର, ଜମ୍ଭିରାଇ, ଧାନ ସିମୁଳିଆ, କଷାଫଳ, ଜଳେଶ୍ୱର ହାଯିବାବା ଟିମ୍ ଓ ଲଙ୍ଗଳେଶ୍ବର (ଖ) ଟିମ୍ କୁ ମିଶାଇ ମୋଟ ୮ଟି ଟିମ ସହ ଖେଳ ହେବାର ସ୍ଥିର ହୋଇଛି ଓ ଏହି ଖେଳ ୭ ଦିନ ଧରି ଚାଲିବ ବୋଲି ଯୁବକ ସଂଘର ସଭାପତି ରବିନ୍ଦ୍ର କୁମାର ଜେନା କହିଛନ୍ତି । କ୍ଲବର ସଭାପତି ରବିନ୍ଦ୍ର କୁମାର ଜେନା, ସମ୍ପାଦକ କିରଣ ଜେନା, ସଭ୍ୟ ଦୀପକ ଜେନା (କ) ଖଗେନ୍ଦ୍ର ପରିଡ଼ା, ତ୍ରିଲୋଚନ ପରିଡ଼ା, ଚନ୍ଦନ ଜେନା, ସନ୍ତୋଷ ଦାସ, ନଗେନ୍ଦ୍ର ପରିଡ଼ା, ଦିଲ୍ଲିପ ଜେନା, ରୁଦ୍ରନାରାୟଣ ଜେନା, ଦୀପକ ଜେନା(ଖ) ପ୍ରମୁଖ ପରିଚାଳନା କରିଥିଲେ । ଖେଳକୁ ଏମ୍ପିଆର ବନମାଳୀ ହାସଦା ଓ ଉତ୍ତମ କୁମାର ଦାସ ଏବଂ ଏହି ଖେଳକୁ ଜଳେଶ୍ଵର ହରି ଓମ୍ ପିଣ୍ଟର୍ସ, ଦତ୍ତ କମୁନିକେସନ, କୋଟସାହି ୟୁନିଅନ କିସ୍କ୍ୟୁ ବ୍ୟାଙ୍କ, ପରିଡ଼ା ହାର୍ଡୱିଆର କୋଟସାହି ସାହାଯ୍ୟ ସହଯୋଗ କରିଥିଲେ ।