ଡିଏଭି ପବ୍ଲିକ ସ୍କୁଲର ୩୦ତମ ବାର୍ଷିକ ଉତ୍ସବ ପାଳିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ଡିଏଭି ପବ୍ଲିକ ସ୍କୁଲର ୩୦ ତମ ବାର୍ଷିକ ଉତ୍ସବ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ଦକ୍ଷିଣାଞ୍ଚଳ ଆରକ୍ଷୀ ମହା ନୀରୀକ୍ଷକ ଆଶିଷ କୁମାର ସିଂ ଯୋଗଦେଇଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟିର ଚେୟାରମ୍ୟାନ ଡକ୍ଟର ଜେଜେ ସ୍ୱାମୀ ମଞ୍ଚାସୀନ ଅତିଥୀମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଅଧ୍ୟକ୍ଷା ଶ୍ରୀମତି ଦୀପ୍ ଗମ୍ଭୀର ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ । ମୁଖ୍ୟ ଅତିଥୀଙ୍କ ବକ୍ତବ୍ୟ ପରେ ପୂର୍ବଦିନରେ ହୋଇଥିବା ଛାତ୍ରଛାତ୍ରୀମାନଙ୍କର ପ୍ରତିଯୋଗିତାର ପୁରସ୍କାର ପ୍ରଦାନ କରାଯାଇଥିଲା । ମୁଖ୍ୟ ଅତିଥୀଙ୍କୁ ସ୍ମୃତିଫଳକ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ସଞ୍ଚାଳିକା ଶ୍ରୀମତି ଧାରାଶ୍ରୀ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ସ୍ୱାଗତ ସଙ୍ଗୀତ ସହ ଶିଶୁ ଶ୍ରମିକ ସମସ୍ୟା, ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଜୀବନୀ, ନାରୀ ସଶକ୍ତିକରଣ, ଅନେକତାରେ ଏକତା, ପ୍ଲାଷ୍ଟିକ ବର୍ଜନ ଇତ୍ୟାଦି ବିଷୟରେ ନୃତ୍ୟ ଓ ନୃତ୍ୟନାଟିକା ପରିବେଷଣ କରାଯାଇଥିଲା । ଶେଷରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ଏହି ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ଏସ୍ ଏନ୍ ରାଠୋର, ଏସ ଏନ ପଣ୍ଡା, ମୁରଲୀ କ୍ରିଷ୍ଣାଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ବିଦ୍ୟାଳୟ କର୍ମଚାରୀମାନେ ସହଯୋଗ କରିଥିଲେ ।  

ରିପୋର୍ଟ : ନିମାଇଁ ଚରଣ ପଣ୍ଡା