ଟାକିରିଆ-ବ୍ରହ୍ମପୁରରେ ମା’କନକଦୁର୍ଗାଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ …

ଛତ୍ରପୁର(ସମୃଦ୍ଧଓଡିଶା)ଗଞ୍ଜାମ ଜିଲ୍ଲାର ସଦରମହକୁମା ଠାରୁ ମାତ୍ର ଅଢ଼େଇ କି.ମି ଦୂରରେ ୫୧୬ନମ୍ବର ଜାତୀୟ ରାଜପଥ ବାଟରେ ଟାକିରିଆ-ବ୍ରହ୍ମପୁର ନାମରେ ଏକ ବଡ଼ ଗ୍ରାମ ରହିଛି । ଏହା ଛତ୍ରପୁର ବ୍ଳକ୍ ଅନ୍ତର୍ଗତ କଣମଣା ପଞ୍ଚାୟତରେ ଅନ୍ତର୍ଭୁକ୍ତ ଅଟେ । ଗୋପାଳପୁର ବନ୍ଦରକୁ ଯାଇଥିବା ରେଳବାଇ ଟ୍ରାକ ନିକଟରେ ଥିବା ଏହି ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’କନକ ଦୁର୍ଗାଙ୍କ ମନ୍ଦିରର ପରିବର୍ତ୍ତନଶୀଳ କରାଯାଇଛି । ନୂତନ ମନ୍ଦିରର ଚତୁଃପାଶ୍ୱର୍ରେ ସୁନ୍ଦର ଘାସ ଗାଲିଚା, ଫୁଲଫଳ ବଗିଚାର ସୁଦୂରୀ ପ୍ରସାରୀ ବିସ୍ତୀର୍ଣ୍ଣ ଜାଗାରେ ଶୋଭା ବିମଣ୍ଡିତ ସୁନ୍ଦର ଅଟ୍ଟାଳିକା ଓ ଚିତାକର୍ଷକ ଭରା ନିର୍ମିତ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଗତ ୨୮ତାରିଖରୁ ଆରମ୍ଭ ହୋଇଛି । ଯଜ୍ଞାନୁଷ୍ଠାନରେ ଯଜ୍ଞଶାଲାରେ ପ୍ରତିଷ୍ଠା ଉତ୍ସବ ବିଧିବଦ୍ଧଭାବେ ଷୋଡ଼ଶ ଉପଚାର ସହ ବୈଦିକ ରୀତିନୀତିରେ ମନ୍ତ୍ରଧ୍ୱନିରେ ସ୍ଥାନଟି ପ୍ରକମ୍ପିତ ହୋଇ ଉଠିଛି ।୧ ତାରିଖରେ ଦେବାଦେବୀଙ୍କ ସିଂହାସନ ଆରୋହଣ ହେବ ଏବଂ ସେହିଦିନ ସନ୍ଧ୍ୟାରେ ଏହି ଯଜ୍ଞ ପୂର୍ଣ୍ଣାହୁତି ହେବ ବୋଲି କୁହାଯାଇଛି । ଏହି ଉତ୍ସବ ଓ ମା’ଙ୍କୁ ଦର୍ଶନ ପାଇଁ ସାସଂଦ ଚନ୍ଦ୍ର ଶେଖର ସାହୁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଗସ୍ତ କରିଛନ୍ତି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା ଓ କେ.ସତ୍ୟନାରାୟଣ ରେଡ୍ଡୀ