ଝାଡପିମ୍ପଳ ଅଙ୍ଗନୱାଡି କେନ୍ଦ୍ରରୁ ଚୋରୀ : ଥାନାରେ ଅଭିଯୋଗ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ପଶ୍ଚିମବାର୍ଡ ସେକ୍ଟରର ଝାଡପିମ୍ପଳ-୨ ଅଙ୍ଗନୱାଡି କେନ୍ଦ୍ରରେ ଗତ ୯ ତାରିଖ ରାତିରେ ବିଭିନ୍ନ ଆସବାପତ୍ର ଚୋରୀ ହୋଇଥିବାର ୧୦ତାରିଖରେ ଅଙ୍ଗନୱାଡି କର୍ମୀ ନିରୁପମା ଗିରି ଜଳେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି । ୧୦ତାରିଖ ଅପରାହ୍ନ ୩.୩୦ରେ ସେ ଓ ହେଲପର୍ ଅଙ୍ଗନୱାଡି କେନ୍ଦ୍ରକୁ ସଫାସୁତରା ପାଇଁ ଯାଇଥିବା ବେଳେ ଦରଜାର ତାଲା ଭଂଗାଯାଇଥିବା ଦେଖିଥିଲେ । ଗାଁର ସଂଜୟ ଗିରି, ମୁନା ପ୍ରଧାନଙ୍କ ଉପସ୍ଥିତିରେ ଗୃହମଧ୍ୟକୁ ଅଂଗନୱାଡି କର୍ମୀ ଯାଇଥିଲେ । ଗ୍ୟାସ୍ ସିଲିଣ୍ଡର, ଚୋଲା, ଥାଳା ବାଟି, କାନ୍ଥଘଣ୍ଟା, ପ୍ଲାଷ୍ଟିକ ଚେୟାର, ପ୍ରେସର କୁକୁର ଓ କେତେକ ରେକଡ୍ ଚୋରୀ ହୋଇଥିବା ସଂପର୍କରେ ନିରୁପମା ଗିରି ଜଣାଇବା ପରେ ବ୍ଲକ ସୁପରଭାଇଜର ସାବିତ୍ରୀ ମହାନ୍ତି ତଦନ୍ତ କରି ଏ ସଂପର୍କରେ ଥାନାରେ ଜଣାଇଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା