ଜ୍ଞାନବିକାଶ ଶିକ୍ଷାନୁଷ୍ଠାନ, ୫ଟି ଯୁବକ ସଂଘ ଓ ଓଡ଼ିଶା ମୋ ପରିବାର ରକ୍ତବିନ୍ଦୁ ପକ୍ଷରୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ବ୍ଲକର ଆରୁହା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଜ୍ଞାନବିକାଶ ଇଂଲିଶ ମିଡିୟମ ସ୍କୁଲ ପରିସରରେ ଆଜି ତା-୧/୧୧/୨୦ ରିଖ ପୂର୍ବାହ୍ନ ୯ ଘଟିକା ସମୟରେ ଜ୍ଞାନବିକାଶ ଶିକ୍ଷା ଅନୁଷ୍ଠାନ, ୫ଟି ଯୁବକ ସଂଘ ଓ ଓଡ଼ିଶା ମୋ ପରିବାର ଜୀବନବିନ୍ଦୁ ତରଫରୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ସମ୍ମାନୀତ ଅତିଥି ଜଳେଶ୍ଵର ଆଇଆଇସି ମାନସ କୁମାର ଦେଓ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଜଳେଶ୍ଵର ବିଧାୟକ ଅଶ୍ୱନୀ କୁମାର ପାତ୍ର ଓ ଅନ୍ୟତମ ଅତିଥି ଭାବେ ବରିଷ୍ଠ ଆଇନଜୀବି ଚିନ୍ମୟ କୁମାର ଦାସ, ଜଳେଶ୍ଵର ରକ୍ତବିନ୍ଦୁ ସଭାପତି ମଧୁସୂଦନ ସେନାପତି, ବାଲେଶ୍ଵର ରକ୍ତଭଣ୍ଡାରର ଡାକ୍ତର ମହେଶ କୁମାର ବିଶ୍ବାଳ, ବାଲେଶ୍ଵର ରକ୍ତଦାତା ସଂଘ ଉପ ସଭାପତି ସୁକୁମାର ରଣା, ବରିଷ୍ଠ ସାମ୍ବାଦିକ ଅବନୀ କୁମାର ଚାନ୍ଦ, ସୁବ୍ରତ କୁମାର ରଣା, ଆରୁହା ସରପଞ୍ଚ ହରିଶ୍ଚନ୍ଦ୍ର ଭୂୟାଁ, ସମିତି ସଭ୍ୟ ରାଜେନ୍ଦ୍ର ପାତ୍ର, ପୂର୍ବତନ ସରପଞ୍ଚ ମଧୁସୂଦନ ଦତ୍ତ, ଚକଅର୍ଜ୍ଜୁନି ଗ୍ରାମର ଗ୍ରାମ୍ୟମୁଖ୍ୟ  ଡକ୍ଟର ପଦ୍ମଲାଭ ପ୍ରଧାନ, ତାରାପଦ ମହାନ୍ତି, ଶାଳିକୋଠା ଗ୍ରାମ୍ୟମୁଖ୍ୟ ଗଣେଷ ଚନ୍ଦ୍ର ପରିଡ଼ା, ନିମପୁର ଗ୍ରାମ୍ୟମୁଖ୍ୟ ଲକ୍ଷ୍ମୀନାରାୟଣ ପ୍ରଧାନ ଓ ପ୍ରମୋଦ କୁମାର ପଣ୍ଡା ପ୍ରମୋଖ ରକ୍ତଦାତା ଓ ଆୟୋଜକ ମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ଜ୍ଞାନ ବିକାଶ ଆଇଟିଆଇ ଓ ଜ୍ଞାନ ବିକାଶ ଇଂଲିଶ ମିଡିୟମ ସ୍କୁଲର ନିର୍ଦେଶକ ଲେଲିନ କୁମାର ପ୍ରଧାନଙ୍କ ତତ୍ଵାବଧାନରେ ଆରୁହା ଯୁବକ ସଂଘ, ଶାଳିକୋଠା କିଶୋର ବିନୋଦ ଯୁବକ ସଂଘ, ନିମପୁର ମୁକ୍ତେଶ୍ୱର ଯୁବକ ସଂଘ,ଚକଅର୍ଜୁନି ଶ୍ରଦ୍ଧେଶ୍ଵରୀ ଯୁବକ ସଂଘ ଓ ଚକବାବନ ଯୁବକ ସଂଘ ଦ୍ଵାରା ଆୟୋଜିତ ରକ୍ତଶିବିରରେ ଜ୍ଞାନବିକାଶ  ଶିକ୍ଷାନୁଷ୍ଠାନର ସମ୍ପାଦକ ଅନୁପ କୁମାର ପଣ୍ଡା, ପ୍ରଦୀପ କୁମାର ମହାନ୍ତି, ମହେଶ୍ୱର ପ୍ରଧାନ, ଜୟନ୍ତ କୁମାର ସାହୁ,ପୂର୍ଣ୍ଣେନ୍ଦୁ ସାମଲ (ଦିପୁ) ବିଜୟ କୁମାର ପ୍ରଧାନ, ବିଶ୍ୱପ୍ରତାପ ସାମଲ, ରବିନାରାୟଣ ଚାନ୍ଦ, ବରୁଣ କୁମାର ଜେନା, ଜୟନ୍ତ କର, ସମାଜସେବୀ ମାନସ ରଞ୍ଜନ ଧଳ, ନବ କୁମାର ବେହେରା, ମନୋଜ କୁମାର ପ୍ରଧାନ, ମଧୁସୂଦନ ପାତ୍ର ଓ ଜ୍ଞାନବିକାଶ ଇଂଲିଶ ମିଡିୟମ ସ୍କୁଲର ପ୍ରିନିସିପାଲ ତପନ କୁମାର ଜେନା, ବରୁଣ କୁମାର ଜେନା, ଅନୁରାଧା ମହାପାତ୍ର, ଶୁଭଶ୍ରୀ ସ୍ଵାସତୀ ସାହୁ, ସବ୍ନା ପର୍ବିନ, ସତ୍ୟଜିତ ଦାସ ମହାପାତ୍ର, ସବ୍ୟସାଚୀ ପରିଡ଼ା, କମଳ ଲୋଚନ ଗିରି, ସପନ କୁମାର ପାତ୍ର ଓ ଅନୁଷ୍ଠାନର କର୍ମକର୍ତ୍ତା ସହଯୋଗ କରିଥିଲେ । ଉକ୍ତ ଶିବିରରେ ମୋଟ ୧୦୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ମୁଖ୍ୟ ଅତିଥି ବିଧାୟକ ଶ୍ରୀଯୁକ୍ତ ପାତ୍ର ଏହି ରକ୍ତ ମହାମାରୀ କରୋନା ସମୟରେ ରକ୍ତର ଉତ୍କଟ ଅଭାବକୁ ପୂରଣ କରିବ ବୋଲି କହିବା ସହିତ ଆୟୋଜକ ମାନଙ୍କୁ ପ୍ରଶଂସା କରିଥିଲେ । ଡାକ୍ତର ମହେଶ କୁମାର ବିଶ୍ବାଳ ପ୍ରଥମେ ରକ୍ତଦାତା ମାନଙ୍କୁ ପରୀକ୍ଷା ନିରୀକ୍ଷା କରିବା ପରେ ସ୍ୱାସ୍ଥ୍ୟ ବିଭାଗର ଫାର୍ମାଶିଶ୍ଟ ଦେବାଶିଷ ଦତ୍ତ, ଜ୍ୟୋତିଷ ପ୍ରଧାନ, ମହିଳା ସ୍ୱାସ୍ଥ୍ୟ କର୍ମୀ ହେମଲତା ସେଠି ଓ ବିଦ୍ୟାଧର ସାହୁ ପ୍ରମୋଖ ସ୍ୱାସ୍ଥ୍ୟ କର୍ମୀମାନେ ରକ୍ତ ସଂଗ୍ରହ କରିଥିଲେ ।