ଜେ.କେ ଲକ୍ଷ୍ମୀ ସିମେଣ୍ଟ ପରିବାର ତରଫରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ…

ବାଲେଶ୍ୱର/ଜଳେଶ୍ଵର (ସମୃଦ୍ଧ ଓଡିଶା) ଜେକେ ଲକ୍ଷ୍ମୀ ସିମେଣ୍ଟ ପରିବାର ତରଫରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆଜି ପୂର୍ବାହ୍ନରେ ସୋମନାଥପୁର ସ୍ଥିତ ଜେ.କେ. ଲକ୍ଷ୍ମୀ ସିମେଣ୍ଟ ବିକ୍ରେତା ପତି ଟ୍ରେଡାର ପରିସରରେ ଅନୁଷ୍ଠିତ ହୋଇ ଯାଇଛି । କମ୍ପାନୀର ଓଡ଼ିଶା ଟେକ୍ନିକାଲ ହେଡ ଗଙ୍ଗାଧର ପ୍ରଧାନ, ଇଞ୍ଜିନିଆର ସମ୍ବିତ କୁମାର ନାୟକ, ଦେବିଦାସ ପଣ୍ଡାଙ୍କ ସହିତ ବାଲେଶ୍ଵର ଜିଲ୍ଳା ବିତରକ ମୁକ୍ତିକାନ୍ତ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ । ଏହି ଶିବିରରେ ୧୬୭ ଜଣରୁ ଉର୍ଦ୍ଧ ରୋଗୀ ଚିକିତ୍ସିତ ହୋଇଥିବା ଜଣାପଡ଼ିଛି । ସ୍ୱାସ୍ଥ୍ୟ କର୍ମଚାରୀ ରମଣୀ ରଞ୍ଜନ ପତି ଓ ଅନ୍ୟ ଚାରିଜଣ ସ୍ୱାସ୍ଥ୍ୟ କର୍ମଚାରୀ ରୋଗୀ ମାନଙ୍କୁ ପରୀକ୍ଷା ନିରୀକ୍ଷା କରିଥିଲେ ।

ରିପୋର୍ଟ : ଭୂପତି ପରିଡା