ଜୁନ୍‌ ୭ ଯାଏ ଲକଡାଉନ ଅବଧିକୁ ବୃଦ୍ଧି କଲେ ତାମିଲନାଡୁ ସରକାର…

ବିଶାଖାପାଟଣା/ଚେନ୍ନାଇ (ସମୃଦ୍ଧ ଓଡିଶା) ମହାମାରୀ କରୋନା ସଂକ୍ରମଣଙ୍କ ସଂଖ୍ୟା କମୁ ନ ଥିବା ଯୋଗୁଁ ଆଜି ତାମିଲନାଡୁ ସରକାର ଜୁନ୍‌ ୭ ଯାଏ ଲକଡାଉନ ଅବଧିକୁ ବୃଦ୍ଧି କରିଥିବା ଜଣାପଡିଛି । ପୂର୍ବରୁ ଲାଗୁ ହୋଇଥିବା ଲକଡାଉନ ଅବଧି ମେ ୩୧ ତାରିଖରେ ଶେଷ ହେବାର ଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଜୁନ୍‌ ୭ ଯାଏ ଲକଡାଉନ ବୃଦ୍ଧି କରିଛନ୍ତି । ଏହାସହ ଲୋକଙ୍କୁ ଅଯଥାରେ ଘରୁ ନ ବାହାରିବାକୁ ଅନୁରୋଧ କରିଛନ୍ତି ଏବଂ ଜରୁରୀ ସାମଗ୍ରୀ ବିକ୍ରି କରୁଥିବା ଦୋକାନୀମାନେ ଗାଡ଼ିରେ ବୁଲି ଲୋକଙ୍କ ପାଖରେ ପହଞ୍ଚାଇ ପାରିବେ ବୋଲି ଅନୁମତି ଦେଇଛନ୍ତି । ଏମକେ ଷ୍ଟାଲିନ କହିଛନ୍ତି, “ରାଜ୍ୟରେ ଜାରି ସଂପୂର୍ଣ୍ଣ ଲକଡାଉନ ୩୧ ତାରିଖରେ ସରିବାର ଥିଲା । ତେବେ ଜିଲ୍ଲାସ୍ତରରେ ମହାମାରୀ କରୋନା ସଂକ୍ରମଣର ପ୍ରକୋପ କମି ନଥିବାରୁ ଓ ଲୋକଙ୍କ ଜୀବନ ରକ୍ଷା କରିବା ପାଇଁ ଏହି ଲକଡାଉନ ଅବଧିକୁ ଆଉ ସପ୍ତାହେ ବୃଦ୍ଧି କରାଯାଉଛି । ଲକଡାଉନ ବେଳେ ଫଳ ଓ ପନିପରିବା ବିକ୍ରି ପୂର୍ବଭଳି ଜାରି ରହିବ । ତେବେ ସ୍ଥାନୀୟ ଷ୍ଟୋରଗୁଡ଼ିକ ସେମାନଙ୍କ ମଟର ଗାଡ଼ି କିମ୍ବା ଠେଲା ଗାଡ଼ିରେ ବୁଲିବୁଲି ବିକ୍ରି କରିବାକୁ ଏଥର ଅନୁମତି ଦିଆଯାଇଛି । ଏଥିପାଇଁ ସ୍ଥାନୀୟ ପ୍ରଶାସନ ଠାରୁ ଅନୁମତି ଆଣିବାକୁ ପଡ଼ିବ । ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ଏପରି ବିକ୍ରି କରାଯାଇ ପାରିବ ବୋଲି କୁହାଯାଇଛି ।