ଜୁଆ ଆଡା ଚଢ଼ାଉ ୮ ଗିରଫ : ୩୧୦୩୦ ଟଙ୍କା ଜବତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ପାଟପୁର ପୋଲିସ ଶୁକ୍ରବାର ରାତ୍ର ଜୁଆ ଆଡ୍ଡାରେ ଚଢ଼ାଉ କରି ୮ ଜଣଙ୍କୁ ଗିରିଫ କରିଛି ଏବଂ ସେମାନଙ୍କ ନିକଟରୁ ଦୁଇ ମୁଠା ତାସ ସହ ୩୧୦୩୦ ଟଙ୍କା ଜବତ କରିଥିବା ଜଣାପଡିଛି l ବହୁ ଦିନ ଧରି ଡେଙ୍ଗାଓସ୍ତା ଗ୍ରାମ ଠାକୁରାଣୀ ମନ୍ଦିର ନିକଟରେ ଏକ ଜୁଆ ଖେଳ ଚାଲିଥିବା ପୋଲିସ ଖବର ପାଇ ଥାନା ଅଧିକାରୀ ଅଜୟ କୁମାର ବାରିକଙ୍କ ନେତୃତ୍ୱରେ ଏକ ଟିମ ଜୁଆ ଆଡ୍ଡାରେ ଚଢ଼ାଉ କରି ୮ ଜଣଙ୍କୁ ଗିରଫ କରିଥିଲେ l କେଶ ନଂ ୨୪୩/୨୦ରେ ମାମଲା ରୁଜୁ କରାଯାଇଥିବା ପାଟପୁର ପୋଲିସ ପକ୍ଷରୁ ସୂଚନା ମିଳିଛି l

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା