ଜୁଆ ଆଡା ଉପରେ ଚଢ଼ାଉ : ୧୨ଟି ମୋବାଇଲ ସହ ୨ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ସନ୍ଧ୍ୟା ସମୟରେ ବ୍ରହ୍ମପୁର ବଡ଼ ବଜାର ଥାନା ପୋଲିସ ନିକଟସ୍ଥ ଗଣେଶ ବଜାର ପାଖରେ ଚାଲିଥିବା ଏକ ଜୁଆ ଆଡା ଉପରେ ଚଢ଼ାଉ କରି ୨ଲକ୍ଷ ଶହେ ୧୦ ଟଙ୍କା ସମେତ ୧୨ଟି ମୋବାଇଲ ଫୋନ ଓ ଚାରି ପକେଟ ତାସ ଜବତ କରିଥିବା ଜଣାପଡିଛି | ସୂଚନା ଯେ, କୌଣସି ଏକ ସୂତ୍ରରୁ ଖବର ପାଇ ବହୁ ଦିନ ଧରି ଚାଲିଥିବା ଏହି ଆଡା ଉପରେ ବଡ ବଜାର ଥାନା ଏସଆଇବି. କହ୍ନର ଓ ଏସଆଇଏ. ସ୍ଵର୍ଣ୍ଣଲତା ପାତ୍ରଙ୍କ ନେତୃତ୍ୱରେ ବଡବଜ଼ାର ପୋଲିସ ସଦଳବଳେ ଅତର୍କିତ ଭାବେ ଚଢ଼ାଉ କରିଥିଲା | ଏଥିରେ ରାଉତପେଟା ସାହିର ଅଶୋକ କୁମାର ସାହୁ, ନୁଆଁ କାଳୁପାତ୍ର ସାହିର ସନ୍ତୋଷ ସାହୁ, ଗଣେଶ ନଗର ବାସିନ୍ଦା ଭି. ରାଜୀବ, ଲଷ୍ମୀନୃସିଂ ସାହି ନବମ ଲେନର ରବୀନ୍ଦ୍ର ପାତ୍ର, ପାଣ୍ଡରା ସାହିର ରବୀନ୍ଦ୍ର ସାହୁ, ହରିଡ଼ାଖଣ୍ଡି ବସନ୍ତ ସାହୁ, ଶ୍ରୀରାମନଗର ପ୍ରଥମ ଲାଇନର ପ୍ରଶାନ୍ତ ସାହୁ, ଧର୍ମନଗରର ଚାନ୍ଦ ସାହୁ, ଜେନା ସାହିର ରାଜେନ୍ଦ୍ର କୁମାର ସାହୁ ଓ ଲଷ୍ମୀନୃସିଂ ସାହିର ରଂଜିତ ସାହୁଙ୍କୁ ଗିରଫ କରାଯାଇ ବଡବଜାର ଥାନା କେଶ ନମ୍ବର ୧୭୬/୨୦୨୦ ମାମଲା ରୁଜୁ କରାଯାଇ ଓପିଜି ଆକ୍ଟ ୩ ଓ ୪ ଅନୁସାରେ ଏମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ପ୍ରଦାନ କରିଛି | 

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା