ଜୀ ସାର୍ଥକର ‘‘ରଜ କୁଇନ୍’’ ଗାଲା ରାଉଣ୍ଡ ଜୁନ୍ ୧୧ରୁ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଜୀ ସାର୍ଥକର ‘‘ରଜ କୁଇନ୍’’ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି । “ରଜ କୁଇନ୍ ଗାଲା ରାଉଣ୍ଡ” ଆସନ୍ତା ଜୁନ୍ ୧୧ ରାତି ୯ଟା ୩୦ରେ ପ୍ରତି ଶନିବାର ଓ ରବିବାର ପ୍ରସାରିତ ହେବ । ‘‘ରଜ କୁଇନ୍’’ ଅଡିସନ ରାଉଣ୍ଡରେ ଓଡ଼ିଶାର ବିଭିନ୍ନ ସହରରୁ ବଛାଯାଇଥିବା ପ୍ରତିଯୋଗୀ ଗାଲା ରାଉଣ୍ଡକୁ ଆସିଛନ୍ତି । ପ୍ରତ୍ୟେକ ପ୍ରତିଯୋଗୀ ସେମାନଙ୍କର ଶ୍ରେଷ୍ଠତ୍ବ ପ୍ରଦର୍ଶନ କରିଛନ୍ତି । ରଜ କୁଇନରେ ଜୀ ସାର୍ଥକ ଖୋଜିଥାଏ ଓଡ଼ିଶାର ପୁରପଲ୍ଲୀରେ ଲୁଚି ରହିଥିବା ଟ୍ୟାଲେଣ୍ଟ ମାନଙ୍କୁ । ସବୁବେଳେ ଓଡ଼ିଶାର ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ଜୀ ସାର୍ଥକ ବିଭିନ୍ନ ସୋ ମାଧ୍ୟମରେ ପ୍ରୟାସ କରି ଦର୍ଶକମାନଙ୍କ ଦ୍ବାରା ଭୂୟସୀ ପ୍ରଶଂସା ପାଇଛି । ଏହି ଗାଲା ରାଉଣ୍ଡରୁ ବଛା ହେବେ ରଜ କୁଇନ୍-୨୦୨୨ । ପ୍ରଥମେ ଅଡିସନ ବିଭିନ୍ନ ସହରରେ ହେବା ପରେ ବଛାଯାଇଥିଲେ ଶ୍ରେଷ୍ଠ ପ୍ରତିଯୋଗୀ । ଅଡିସନ ରାଉଣ୍ଡରେ ବିଭିନ୍ନ ଟ୍ୟାଲେଣ୍ଟ ଦେଖାଇ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଲା ପରେ ପ୍ରର୍ଯ୍ୟାୟକ୍ରମେ ପ୍ରତିଯୋଗୀମାନେ ଗାଲା ରାଉଣ୍ଡରେ ପ୍ରବେଶ କରିଛନ୍ତି । ଏଥର ଗାଲା ରାଉଣ୍ଡକୁ ଉନ୍ନିତ ହେଇଛନ୍ତି ୧୨ ଜଣ ସିନିଅର ଓ ୧୨ ଜଣ ଜୁନିଅର ପ୍ରତିଯୋଗୀ। । ଏହି ରାଉଣ୍ଡରେ ହିଁ ଶ୍ରେଷ୍ଟ ପ୍ରଦର୍ଶନ କରି ସେମାନଙ୍କ ମଧ୍ୟରୁ ଜଣେ ଲେଖାଏଁ ପିନ୍ଧିବେ ଏବର୍ଷର ରଜ କୁଇନ୍ ମୁକୁଟ । ‘ରଜ କୁଇନ୍-୨୦୨୨’- ଉତ୍ସବ ଦଶ ବର୍ଷର ରଜ କୁଇନ୍ ଅଡିସନ୍ ରାଉଣ୍ଡରେ ପ୍ରତିଯୋଗୀଙ୍କ ପ୍ରତିଭା, ବ୍ୟକ୍ତିତ୍ବ, ଦୂରଦୃଷ୍ଟି ଓ ସ୍ମାର୍ଟନେସ୍ ଉପରେ ଗୁରୁତ୍ବ ପ୍ରଦାନ କରାଯାଇ ଗାଲା ରାଉଣ୍ଡକୁ ବଛାଯାଇଛି । ଗାଲା ରାଉଣ୍ଡରେ ଅଭିନେତ୍ରୀ ତମନ୍ନା, ଦିବ୍ୟା, ସୂର୍ଯ୍ୟମୟୀ, ଅଭିନେତା ଶ୍ରୀତମ ଦାସ, ରାକେଶ, ରିଷି ଓ ହରିହର ପ୍ରମୁଖ ଲୋକପ୍ରିୟ କଳାକାରମାନେ ବିଚାରକ ଭାବେରେ କାର୍ଯ୍ୟ କରୁଛନ୍ତି ।