ଜୀବନ ବ୍ୟାପୀ ସାଧନା ପୁରସ୍କାର ପାଇଲେ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ “ଜୀବନ ବ୍ୟାପି ସାଧନା ପୁରସ୍କାର” ମିଳିଛି । ଦିଲ୍ଲୀର ଭାରତ ଆନ୍ତର୍ଜାତୀୟ କେନ୍ଦ୍ରରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ମୁଖ୍ୟମନ୍ତ୍ରୀଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ସବୁବେଳେ ଚର୍ଚ୍ଚାରେ ରହିଥିବା ମୁଖ୍ୟମନ୍ତ୍ରୀ, ବିଭିନ୍ନ ସ୍ଥାନରେ ନିଜର ସ୍ଵଚ୍ଛ ଭାବମୂର୍ତି ଓ ଜନକଲ୍ୟାଣକାରୀ କାମକୁ ନେଇ ଚର୍ଚ୍ଚାରେ ଥିବା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ପୁଣିଥରେ ଜାତୀୟ ସ୍ତରରେ ପ୍ରଶଂସା ପାଇଛନ୍ତି । କ୍ୟାପିଟାଲ ଫାଉଂଡେସନ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଆଜି “ଜୀବନ ବ୍ୟାପି ସାଧନା ପୁରସ୍କାର ମିଳିଛି । ତେବେ ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଶକ୍ତି ପ୍ରଦର୍ଶନ କରିଛନ୍ତି ସେଠାରେ ଉପସ୍ଥିତ ବିଜେଡିର ବହୁ ବରିଷ୍ଠ ନେତା, ବିଜୁ ଯୁବ ଓ ଛାତ୍ର ବିଜେଡିର କର୍ମକର୍ତ୍ତା ମାନେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା