ଜିିଲ୍ଲାପାଳ ସ୍ତରରେ ହୋଇଛି ଅଦଳ ବଦଳ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଜିିଲ୍ଲାପାଳ ସ୍ତରରେ ହୋଇଛି ଅଦଳ ବଦଳ I ବୁଧବାର ଏନେଇ ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି I ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଓଡିଶା ଭାଷା, ସାହିତ୍ୟ ସଂସ୍କୃତି ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛନ୍ତି I ସେହିପରି ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଡାକୁଆ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି ହୋଇ ଥିବାବେଳେ ନୂଆପଡା ଜିଲ୍ଲାପାଳ ମଧୁସ୍ମିତା ସାହୁଙ୍କୁ ଜଳସମ୍ପଦ ବିଭାଗର ଉପସଚିବ ଦାୟିତ୍ୱ ମିଳିଛି I ଅନ୍ୟ ପକ୍ଷରେ ମୟୁରଭଞ୍ଜ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରଣା ବଲାଙ୍ଗିର ଜିଲ୍ଲାପାଳ ହୋଇଥିଲା ବେଳେ ୨୦୧୪ ବ୍ୟାଚ୍‍ ଆଇଏଏସ୍‍ ଚକ୍ରବର୍ତ୍ତୀ ସିଂହ ରାଠୋର ହେଲେ ଯାଜପୁର ଜିଲ୍ଲାପାଳ ଭାବେ ବଦଳି ହୋଇଛନ୍ତି I ଗଞ୍ଜାମ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସିଦ୍ଧାର୍ଥ ଶେଖର ସ୍ୱାଇଁଙ୍କୁ ଅନୁଗୁଳ ଜିଲ୍ଲାପାଳ ଭାବେ ବଦଳି ହୋଇଛନ୍ତି I ୨୦୧୪ ବ୍ୟାଚ୍‍ ଆଇଏଏସ୍‍ ସ୍ୱାଧା ଦେବ ସିଂହଙ୍କୁ ନୂଆପଡା ଜିଲ୍ଲାପାଳ ଭାବେ ନିଯୁକ୍ତି ହୋଇଛନ୍ତି I ଅନୁଗୁଳ ଜିଲ୍ଲାପାଳ ମନୋଜର କୁମାର ମହାନ୍ତିଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ଅତିରିକ୍ତ ସଚିବ ଦାୟିତ୍ୱ, ୨୦୧୬ ବ୍ୟାଚ୍‍ ଆଇଏଏସ୍‍ ଦତ୍ତାତ୍ରେୟ ବି ସିନ୍ଧେଙ୍କୁ ଗଞ୍ଜାମ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଦାୟିତ୍ୱ, ୨୦୧୬ ବ୍ୟାଚ୍‍ ଆଇଏଏସ୍‍ ସିଧେଶ୍ୱର ବାଲିରାମ ବୋନ୍ଦାର ବ୍ରହ୍ମପୁର ମହାନଗର ନିଗମ କମିଶନର ଭାବେ ନିଯୁକ୍ତ ହୋଇଛନ୍ତି I ୨୦୧୮ ବ୍ୟାଚ୍‍ ଆଇଏଏସ୍‍ କିର୍ଥୀ ଭାସନ ଭଞ୍ଜାମ ଉପଜିଲ୍ଲାପାଳ ଭାବେ ନିଯୁକ୍ତ ହୋଇଛନ୍ତି I ୨୦୧୮ ବ୍ୟାଚ୍‍ ଆଇଏଏସ୍‍ ଜେ ସୋନାଲଙ୍କୁ ଗୁଣୁପୁର ଉପଜିଲ୍ଲାପାଳ ଦାୟିତ୍ୱ ମିଳିଥିବା ଜଣାପଡିଛି I

ରିପୋର୍ଟ : ନିମାଇଁ ଚରଣ ପଣ୍ଡା