ଜିଲ୍ଲା ସ୍ତରୀୟ କର୍ତ୍ତବ୍ୟବୋଧ ଦିବସ ପାଳିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ରାଷ୍ଟ୍ରବାଦୀ ଶୈକ୍ଷିକ ପରିଷଦ, ଓଡିଶା, ଢେଙ୍କାନାଳ ଜିଲ୍ଲା ଶାଖା ତରଫରୁ ସ୍ବାମୀ ବିବେକାନନ୍ଦ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଉପଲକ୍ଷେ ଢେଙ୍କାନାଳ-ସାନ୍ଧ୍ୟ ମହାବିଦ୍ୟାଳୟ ପରିସରରେ ତା.୨୧.୦୧.୨୦୨୩ ରିଖରେ ଜିଲ୍ଲା ସ୍ତରୀୟ କର୍ତ୍ତବ୍ୟବୋଧ ଦିବସ ପାଳିତ ହୋଇଯାଇଛି । ଏଥିରେ ସଭାପତିତ୍ବ କରିଥିଲେ ଅଧ୍ୟକ୍ଷ ଡକ୍ଟର ସମୀର କୁମାର ସାହୁ । ଉଭୟ ମହାପୁରୁଷଙ୍କ ଦେଶ ପ୍ରତି ଥିବା କର୍ତ୍ତବ୍ୟବୋଧତାର ପରାକାଷ୍ଠା ବିଷୟରେ ବକ୍ତାମାନେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ଲୋକନାଥ ଷଡଙ୍ଗୀ, ସମ୍ମାନିତ ଅତିଥି ଦେବରାଜ ସାହୁ, ମୁଖ୍ୟ ବକ୍ତା ଡକ୍ଟର ନିରଞ୍ଜନ ଦାଶ, ସମ୍ମାନିତ ବକ୍ତା ଶଶାଙ୍କ ଶେଖର ଦାଶ, ଅଧ୍ୟାପକ ସମୀର କୁମାର ମଲ୍ଲିକ, ଅଧ୍ୟାପିକା ସ୍ୱର୍ଣ୍ଣପ୍ରଭା ମାହାଲିକ, ଭକ୍ତିଲତା ଆଚାର୍ଯ୍ୟ, ଡ଼ଃ ଅନୁପମା ମିଶ୍ର ପ୍ରଭୃତି ଛାତ୍ରଛାତ୍ରୀମାନଙ୍କୁ କର୍ତ୍ତବ୍ୟତା ପ୍ରତି ଅନୁପ୍ରାଣିତ ହେବାକୁ ଉଦ୍ ବୋଧନ ଦେଇଥିଲେ । ପରିଶେଷରେ ଡା. ଦେବୀ ପ୍ରସାଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ବୋଲି ରାଷ୍ଟ୍ରବାଦୀ ଶୈକ୍ଷିକ ପରିଷଦ, ଓଡିଶା, ଢେଙ୍କାନାଳ ଜିଲ୍ଲା ଶାଖା, ମିଡ଼ିଆ ପ୍ରଭାରୀ, ଡ଼ା. ଦେବୀ ପ୍ରସାଦ ମିଶ୍ର ଜଣାଇଛନ୍ତି ।