ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କମିଟିର ଜିଲ୍ଲା ସ୍ତରୀୟ ମକ୍ ଡ୍ରିଲ୍ କାର୍ଯ୍ୟକ୍ରମ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କତ୍ତୃପକ୍ଷ ପକ୍ଷରୁ ଜିଲ୍ଲା ସ୍ତରୀୟ ମକ୍ ଡ୍ରିଲ୍ ଓ ପ୍ରାକୃତିକ ବିପର୍ଯ୍ୟୟ ସହ ମୁକାବିଲାର କୌଶଳ ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପ୍ରଶାସନ ଅତିରିକ୍ତ ଜିଲ୍ଲାପାଳ ଭବେଶ କୁମାର ନାୟକ, ରାଜସ୍ୱ ଅତିରିକ୍ତ ଜିଲ୍ଲାପାଳ ସୌଦାମିନୀ ସେଠୀ ଓ ସମସ୍ତ ପ୍ରଶାସନିକ ଅଧିକାରୀ ଯୋଗ ଦେଇଥିଲେ । ଏଥିରେ ସାମାଜିକ ଦୂରତା ରକ୍ଷାକରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କତ୍ତୃପକ୍ଷ ପକ୍ଷରୁ ବିଭିନ୍ନ ଯନ୍ତ୍ରପାତି ସାହାଯ୍ୟରେ କିଭଳି ବିଭିନ୍ନ ବିପର୍ଯ୍ୟୟରୁ ନିଜକୁ ରକ୍ଷା କରାଯାଇ ପାରିବ ତାହା କୌଶଳ ପ୍ରଦର୍ଶନ କରିବା ସହିତ ଲୋକ ମାନଙ୍କୁ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ରେଡ଼କ୍ରସ, ୟୁଥ ଭଲାନଟିୟର, ଏନଜିଓ, ଅଙ୍ଗନବାଡି କର୍ମୀ ଏବଂ ବିଭିନ୍ନ କାର୍ଯ୍ୟାଳୟର କର୍ମଚାରୀ ଉପସ୍ଥିତ ରହିଥିବା ବେଳେ ଓଡ୍ରାଫର ସଦସ୍ୟମାନଙ୍କ ଦ୍ୱାରା ଏହି କୌଶଳ ପ୍ରଦର୍ଶନ ପାଇଁ ଉପସ୍ଥିତ ଲୋକ ମାନେ ପ୍ରସଂଶା କରିବା ସହିତ ତାଙ୍କର ଏହି ବୀର କାର୍ଯ୍ୟ ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଥିଲେ ।

ରିପୋର୍ଟ : ଶୁଭମ ପାଣି