ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସୁକନ୍ୟା ଯୋଜନା ପଞ୍ଜିକରଣ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା‌) ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ କେନ୍ଦ୍ର ସରକାରଙ୍କର ସୁକନ୍ୟା ସମୃଦ୍ଧି ଯୋଜନାରେ ଗତକାଲି ଶିଶୁ କନ୍ୟା ମାନଙ୍କର ବୀମା ପଞ୍ଜିକରଣ କରାଯାଇଛି । ଏଥିରେ କିଛି ଗରିବ ପରିବାରକୁ ଚିହ୍ନଟ କରାଯାଇ ଶିଶୁ କନ୍ୟା ମାନଙ୍କ ନାମରେ ସୁକନ୍ୟା ସମୃଦ୍ଧି ଯୋଜନା ଖାତା ଖୋଲା ଯାଇଥିବା ଜଣାପଡ଼ିଛି । ବ୍ରହ୍ମପୁର ମୁଖ୍ୟ ଡାକଘର ଠାରେ ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସଂପାଦିକା ଏସ୍, ରାଣୀଙ୍କ ତତ୍ତ୍ଵାବଧାନରେ ଶିଶୁ କନ୍ୟା ମାନଙ୍କର ବୀମା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ସଭାପତି କାହ୍ନୁ ଚରଣ ପତିଙ୍କ ସମେତ ଡ. ସୁବାଷ ସାହୁ, ରାଜେଶ ସାହୁ, କାମନା ପାଢ଼ୀ, ଏସ୍. ଶ୍ରୀନିବାସ ରାଓ ପ୍ରମୁଖ ସୁକନ୍ୟା ସମୃଦ୍ଧି ଯୋଜନାର ବୀମା ରାଶି ଜମା କରିବା ସହ ଦାୟିତ୍ୱ ବହନ କରିଥିଲେ । ଏହି ବୀମା ଭବିଷ୍ୟତରେ ସେମାନଙ୍କ ଆର୍ଥିକ ସୁଦୃଢ଼ତାରେ ସହାୟକ ହେଉଥିବା ବେଳେ ଏହାର ସୁଫଳ ଉଚ୍ଚଶିକ୍ଷା କ୍ଷେତ୍ରରେ ପାଇପାରିବେ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ମଦନ ମୋହନ ପାତ୍ର, ଦେବବ୍ରତ ଦାଶ, ଏସ୍ ସୁନିଲ କୁମାର, ସୁନିତା ପଟ୍ଟନାୟକ, ଲିପି ବେହେରା, କୁନି ଦାସଙ୍କ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ରହିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା