ଜିଲ୍ଲା କଂଗ୍ରେସ ଓ ଛାତ୍ର କଂଗ୍ରେସ ପକ୍ଷରୁ ପେଟ୍ରୋଲ, ଡିଜେଲ ଓ ଇନ୍ଧନ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ସାଇକେଲ ରାଲି…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଜେନାଙ୍କ ନିର୍ଦେଶ କ୍ରମେ ଜିଲ୍ଲା କଂଗ୍ରେସ ଓ ଛାତ୍ର କଂଗ୍ରେସ ମିଳିତ ଉଦ୍ୟମରେ ଆଜି ତୈଳ ଦର ବୃଦ୍ଧି ପ୍ରତିବାଦରେ ସହର ପରିକ୍ରମା ନିମନ୍ତେ ବ୍ରହ୍ମପୁର କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ବିଶାଳ ସାଇକେଲ ରାଲି କରାଯାଇଥିଲା । ସ୍ଥାନୀୟ ବାପୁଜି ଆଶ୍ରମ ନିକଟରୁ ଏହି ସାଇକେଲ ରାଲି ବାହାର କରି ସହରର ବିଜୁପୁର ଛକ, ଟାଟା ବେଞ୍ଜ ଛକ, ଖଲ୍ଲିକୋଟ କଲେଜ ଛକ, ପରିକ୍ରମା କରି ତୈଳ ଦର ବୃଦ୍ଧିକୁ ପ୍ରତିବାଦ କରିଥିଲେ । ପରେ ପୁରଣା ବସଷ୍ଟାଣ୍ଡ ଛକ ଠାରେ ପହଞ୍ଚି ସେଠାରେ ଥିବା ଇନ୍ଦିରାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଏବଂ ଗାନ୍ଧୀନଗର ଛକ ନିକଟରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଜୟ କଂଗ୍ରେସ ସ୍ଲୋଗାନ ଦେଇଥିଲେ । ଏଥିରେ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ଏବଂ ଓଡ଼ିଶା ଛାତ୍ର କଂଗ୍ରେସ ପ୍ରଭାରୀ ଅନୁଲେଖା ବୋଷା ଯୋଗ ଦେଇ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ସାମିଲ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କେନ୍ଦ୍ରରେ ବିଜେପି କ୍ଷମତା ଦଖଲ କରିବା ପାଇଁ ଯେଉଁ ସବୁ ମିଛ ପ୍ରତିଶ୍ରୁତି ଦେଇଥିଲା ବର୍ତ୍ତମାନ ପର୍ଯ୍ୟନ୍ତ ସେଥିରୁ ଗୋଟିଏ ବି ପୂରଣ ହୋଇନାହିଁ । ଓଲଟା ସରକାରକୁ ଆସିବା ପରେ ବିଜେପି ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ମୂଲ୍ୟ ଅହେତୁକ ବୃଦ୍ଧି କରି ଜନମାରଣ ନୀତି ଚଳାଇଛି ଏବଂ କୁଆଡ଼େ ଗଲା ବିଜେପିର ଆଛେ ଦିନ୍ ବୋଲି ପ୍ରଶ୍ନ କରିଛନ୍ତି ରାଜ୍ୟ ଛାତ୍ର କଂଗେସ ସଭାପତି ୟାସିର ନୱାଜ । ଦରଦାମ ବୃଦ୍ଧି ଯୋଗୁଁ ଗରିବ ତଥା ମଧ୍ୟବିତ୍ତ ଶ୍ରେଣୀର ପରିବାରଗୁଡ଼ିକ ଅଣନିଃଶ୍ବାସୀ ହୋଇ ପଡ଼ିଲେଣି । ପେଟ୍ରୋଲ ଡିଜେଲ ଦର ଶହେ ପାର୍ ହୋଇଥିବା ବେଳେ ଏପିଜି ସିଲିଣ୍ଡର ପିଛା ହଜାରେ ପାଖାପାଖି ହେଲାଣି । ଖାଇବା ତେଲ ସହ ଅନ୍ୟ ରେସନ ସାମଗ୍ରୀ ଦର ମଧ୍ୟ ହୁ ହୁ ହୋଇ ବଢ଼ି ଚାଲିଛି । କରୋନା କାଳରେ ରୋଜଗାର ହରାଇ ଲୋକେ ଘରେ ବସି ରହିଥିବା ବେଳେ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଯୋଗୁଁ ଦିନକୁ ଦିଓଳା ଖାଇବା ଯୋଗାଡ଼ କରିବା ମଧ୍ୟ ସେମାନଙ୍କ ପକ୍ଷରେ ସମ୍ଭବ ହେଉନାହିଁ । ଏହି କାର୍ଯ୍ୟକ୍ରମରେ  ମହାନଗର କଂଗ୍ରେସ ସଭାପତି ସୁଜୟ ଆଚାର୍ଯ୍ୟ, କୃଷକ ସେଲ ଓଡିଶା ପ୍ରଭାରୀ ରଶ୍ମି ରଞ୍ଜନ ପଟ୍ଟନାୟକ, ଛାତ୍ର କଂଗେସ ସଭାପତି  ବିକାଶ ପଶୁପାଳକ, ଦେବାଶିଷ ମହାନ୍ତି, ଯୁବ ନେତା ପ୍ରଶାନ୍ତ ବିଷୋୟୀ, ଅବନୀ ସତପଥୀ, ହରେକୃଷ୍ଣ ରଥ, ଦଣ୍ଡ ପାତ୍ର, ବନଜା ପଣ୍ଡା, ରାକେଶ କୁମାର ପ୍ରଧାନ, ମହେଶ୍ୱର ପାତ୍ର, ସିଦ୍ଧାନ୍ତ କୁମାର ସାହୁ, ମିଥୁନ ନାୟକ, ମନୋଜ ଡୋରାଙ୍କ ସମେତ ବହୁ କଂଗ୍ରେସ କର୍ମୀ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା