ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଖୋଲିଲା ଆଇନ ସହାୟତା କେନ୍ଦ୍ର…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଢେଙ୍କାନାଳ ପକ୍ଷରୁ ବିକଳ୍ପ ସମାଧାନ କେନ୍ଦ୍ର ପରିସରରେ ଏକ ଆଇନ ସହାୟତା କେନ୍ଦ୍ର ଖୋଲାଯାଇଛି । ଏହି କେନ୍ଦ୍ରକୁ ପ୍ରାଧିକରଣ ସଚିବ ସୁକନ୍ତ କିଶୋର ଜେନା ଉଦଘାଟନ କରିଥିଲେ । ପ୍ରବାସୀ ଓଡିଆ ତଥା ଆଇନ ସହାୟତା ଚାହୁଁଥିବା ବ୍ୟକ୍ତି ଏବଂ ଅଟକି ଯାଇଥିବା ଶ୍ରମିକମାନଙ୍କ ପାଇଁ ଏହି କେନ୍ଦ୍ର ଖୋଲା ଯାଇଥିବା ଜଣାଯାଇଛି । ସହାୟତା ପାଇଁ ରାଜ୍ୟ ଆଇନ ସେବା ପ୍ରାଧିକରଣ ସହାୟତା ନଂ.୧୫୧୬, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସହାୟତା ନଂ.୦୬୭୬୨-୨୨୬୭୯୯ ଏବଂ ସମୁଖ କାର୍ଯ୍ୟାଳୟରେ କାର୍ଯ୍ୟରତ ରିଟେନରଙ୍କ ନଂ.୯୦୯୦୨୪୨୧୫୪ରେ ଯୋଗାଯୋଗ କରିବା ପାଇଁ ସୂଚନା ଦିଆଯାଇଛି ।

ରିପୋର୍ଟ : ଶୁଭମ ପାଣି