ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ : ମଦ ଓ ବାଇକ ଜବତ ସହ ଦୁଇ ଗିରଫ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଗଞ୍ଜାମ ଅବକାରୀ ଅଧିକ୍ଷକ ରାଜେନ୍ଦ୍ର କୁମାର ଭତ୍ରାଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଅବକାରୀ ଉପଅଧିକ୍ଷକ ଅଭିରାମ ବେହାରଙ୍କ ନେତୃତ୍ୱରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ରମ୍ଭା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ କଡରେ ଥିବା ଡାଳଖାଇ ମନ୍ଦିର ନିକଟରେ ଚଢ଼ାଉ କରାଯାଇ ଦେଶୀ ମଦ ଓ ଏକ ବାଇକ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଅବକାରୀ ଡ଼ିଏସପି ଶ୍ରୀ ବେହେରାଙ୍କ ନେତୃତ୍ୱରେ ଗଞ୍ଜାମ ଅବକାରୀ ଭ୍ରାମ୍ୟମାଣ ସଂସ୍ଥା ଅବକାରୀ ଆଇଆଇସି ପ୍ରୀତିଧାରା ନାୟକ ଓ କର୍ମଚାରୀମାନେ ଏବଂ ଛତ୍ରପୁର ଅବକାରୀ ଥାନା ଓଆଇସି ଦୁର୍ଯ୍ୟୋଧନ ଦିଗାଲ ଓ କର୍ମଚାରୀମାନେ ଚଢ଼ାଉରେ ଅଂଶ ଗ୍ରହଣ କରି ୩୫ ଲିଟର ଦେଶୀ ମଦ ଓ ଏକ ବାଇକ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରାଯାଇଛି । ଏହାସହ ଦୁଇଟି ମାମଲା ରୁଜୁ ହୋଇଥିବା ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା