ଜିଲ୍ଲାସ୍ତରୀୟ ଭାରୋତ୍ତଳନ ପ୍ରତିଯୋଗିତା ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଭାରୋତ୍ତଳନ ସଂଘ ପକ୍ଷରୁ ରବିବାର ଗୋଷାଣୀନୂଆଗାଁ ଉତ୍ତରେଶ୍ଵର ମନ୍ଦିର ନିକଟସ୍ଥ ଶଙ୍କର ଭବନଠାରେ ଜିଲ୍ଲାସ୍ତରୀୟ ଭାରୋତ୍ତଳନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ ଏବଂ ସଂଘ ସଭାପତି କୁମୁଦ ଚନ୍ଦ୍ର ସାହୁ ଅଧ୍ୟକ୍ଷତା କରିଥିଲେ । ପ୍ରତିଯୋଗୀତାରେ ୪୯କେଜିରୁ ୧୦୨କେଜିରୁ ଉର୍ଦ୍ଧ୍ବ ବିଭିନ୍ନ ବର୍ଗର ୪୮ପୁରୁଷ ଓ ୨୭ ମହିଳା ପ୍ରତିଯୋଗୀ ଜିଲ୍ଲାରୁ ଯୋଗ ଦେଇଥିଲେ । ରେଫରି ଭାବେ କମେଶ୍ୱର ନାୟକ, ଶିବ ପ୍ରସାଦ ପଟ୍ଟନାୟକ, ବିଷ୍ଣୁ ପ୍ରିୟା ନାୟକ ଦାୟିତ୍ଵ ନିର୍ବାହ କରିଥିଲେ । ସନ୍ଧ୍ୟା ସୁଦ୍ଧା ଅନୁଷ୍ଠିତ ପ୍ରତିଯୋଗିତାରେ ୪୯କେଜି ବର୍ଗରେ ଶିବରାମ ଦାସ ପ୍ରଥମ, ସୌରଭ ନାୟକ ଦ୍ଵିତୀୟ ଓ ରାଘବ ମଲିକ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ୫୫କେଜି ବର୍ଗରେ ରାମଚନ୍ଦ୍ରମଡକାନି ପ୍ରଥମ, ଶିବ ନାୟକ ଦ୍ଵିତୀୟ, ବିଶାଲ ଘଡାଇ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ପ୍ରତିଯୋଗିତାରେ ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦକ ଗାଗାରିନ ନାୟକ ପରାମର୍ଶଦାତା ନାରାୟଣ ସାହୁଙ୍କ ସମେତ ଜିଲ୍ଲା ଭାରୋତ୍ତଳନ ସଂଘ ସଦସ୍ୟ ସୀତା ଜେନା ଓ ଆନନ୍ଦ ମହାଙ୍କୁଡ ପ୍ରମୁଖ ଉପସ୍ଥିତ ରହିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା