ଜାୟରା ଜାର୍ପା ଆଦିବାସୀ କ୍ଲବ, ଜମାଳପୁର ତରଫରୁ ୨୧ତମ ୩ ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦଯାପନି ଦିବସ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଉତ୍ତର ବାଲେଶ୍ୱରର ସର୍ବ ପୂରାତନ ଖେଳ ପଡିଆ ଜଳେଶ୍ଵର ବ୍ଲକ ଅନ୍ତର୍ଗତ ରାୟାଁ ରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତ ଅଧୀନ ଜମାଳପୁର ପଡ଼ିଆରେ ଜାୟରା ଜାର୍ପା ଆଦିବାସୀ କ୍ଲବ ଦ୍ଵାରା ୨୧ ତମ ୩ ଦିନିଆ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଗତକାଲି ଉଦ୍ଦଯାପନି ଦିବସ ହୋଇଯାଇଛି । ଗତ ୨୩ ତାରିଖରୁ ଆରମ୍ଭ ହୋଇ ୨୫ ତାରିଖ ପର୍ଯ୍ୟନ୍ତ ଖେଳରେ ମୋଟ ୨୪ଟି ଦଳର ଖେଳାଳିଙ୍କ ମଧ୍ୟରେ ଖେଳ ହୋଇଥିଲା ଏବଂ ଗତକାଲି ଅପରାହ୍ନରେ ଫାଇନାଲ ଖେଳ ହୋଇଥିଲା । ଏଥିରେ ହାସଦାମହଲ ପ୍ରଥମ ସ୍ଥାନ ଅଧିକାର କରି ଥିବା ବେଳେ ଜିସିପିପିଏଲ ଦଳ ଦ୍ବିତୀୟ ସ୍ଥାନ ଅଧିକାର କରି ପୁରସ୍କାର ଗ୍ରହଣ କରିଥିଲେ । ଉଭୟ ଦଳଙ୍କୁ ପୁରସ୍କାର ଅତିଥି ମାନେ ପ୍ରଦାନ କରି ସମ୍ମାନୀତ କରା ଯାଇଥିଲା । ଖେଳ ଶେଷରେ ଏକ ସଭାକାର୍ଯ୍ୟ ଯୁବନେତା କାଳୀଚରଣ ଦାସଙ୍କ ପରିଚାଳନାରେ ଆରମ୍ଭ ହୋଇଥିବା ବେଳେ ଅତିଥି ଭାବେ ଜଳେଶ୍ଵର ବ୍ଲକ ଉପାଧ୍ୟକ୍ଷ ବ୍ରଜ ମୋହନ ପ୍ରଧାନ, ଜୀବନବିନ୍ଦୁ ସଂଯୋଜକ ମଧୁସୂଦନ ସେନାପତି, ସରପଞ୍ଚଙ୍କ ପ୍ରତିନିଧି ତଥା ସମାଜସେବୀ ପ୍ରବୀର କୁମାର ଦାସ, କଟକ ଉଚ୍ଚ ନ୍ୟାୟାଳୟର ଆଇନଜୀବି ରାମଚନ୍ଦ୍ର ଜେନା, ପୂର୍ବତନ ଶିକ୍ଷକ ନେତା ଖଗେନ୍ଦ୍ର ନାଥ ସାହୁ, ସମାଜସେବୀ ବିଶ୍ଵନାଥ ଦାସ ମହାପାତ୍ର, ସାମ୍ବାଦିକ ଭୂପତି ପରିଡ଼ା, ଆଇନଜୀବି ବିନୋଦ କୁମାର ଗିରି, ସମାଜସେବୀ ସପନ କୁମାର ଦାସ, ରବିନ୍ଦ୍ର ନନ୍ଦୀ, ଦେବବ୍ରତ ନନ୍ଦ, ଭଗିରଥ ପାଳ, ମହେଶ୍ୱର ବଡୁ, ରାଧାରଞ୍ଜନ ଜେନା, ଆଦିବାସୀ ନେତା ଶ୍ରୀରାମ ମାରାଣ୍ଡି ପ୍ରମୁଖ ଅତିଥିମାନେ ଖେଳ ପ୍ରତି ଆଗ୍ରହ ସୃଷ୍ଟି କରିବା ଖେଳର ତାତ୍ପର୍ଯ୍ୟ ବିଷୟରେ ବକ୍ତବ୍ୟ ରଖିବା ସହିତ ଖେଳାଳିମାନଙ୍କୁ ଉତ୍ସାହିତ କରିଥଲେ । ୩ ଦିନ ଖେଳ ସହିତ ଫାଇନାଲ ଖେଳରେ ଦନାର୍ଦ୍ଦନ ପାଳ, ପାଣ୍ଡୁରାମ ମୁର୍ମୁ (ପଶ୍ଚିମ ବଙ୍ଗ), ପିଠ ହାସଦା ଓ ଭୁଜ ହେମ୍ରମ ପରିଚାଳନା (ରେଫରି) କରିଥିଲେ । ଜାୟରା ଜାର୍ପା ଆଦିବାସୀ କ୍ଲବ ଜମାଳପୁରର ସଭାପତି ରଘୁନାଥ ହାସଦା ସମ୍ପାଦକ ବିଶ୍ଵନାଥ ହାସଦା କ୍ଲବର ସମସ୍ତ ସଦସ୍ୟ ମାନଙ୍କୁ ନେଇ ଉକ୍ତ ଖେଳକୁ ଶୃଙ୍ଖଳାର ସହ ପରିଚାଳନା କରିଥିଲେ ଏବଂ ଶହ ଶହ ବ୍ୟକ୍ତି ଏହି ଖେଳକୁ ଉପଭୋଗ କରିଥିଲେ ।

ରିପୋର୍ଟ : ଭୂପତି ପରିଡା