ଜାତୀୟ ସ୍ତରୀୟ ସ୍କେଟିଂରେ ଐତିହାସିକ ସଫଳତା ପାଇଲେ ସୁରଭି…

ଛତ୍ରପୁର (ସମୃଦ୍ଧ ଓଡିଶା) ପଞ୍ଜାବର ଡ଼ିଏଭି ୟୁନିଭରସିଟିରେ ଗତ ୨୯, ୩୦ ଓ ୩୧ ତାରିଖରେ ଚାଲିଥିବା ଡ଼ିଏଭି ଜାତୀୟ ଖେଳରେ ଓଡ଼ିଶା ପାଇଁ ସ୍କେଟିଂରେ ରୌପ୍ୟ ପଦକ ହାତେଇ ଇତିହାସ ରଚିଛନ୍ତି ଟି. ସୁରଭି ପାତ୍ର । ସୁରଭି, ଡିଏଭି ସ୍କୁଲ୍ ବ୍ରହ୍ମପୁରର ଅଷ୍ଠମ୍ ଶ୍ରେଣୀରେ ପଢ଼ୁଛନ୍ତି । The sports arena ଏବଂ ସଂକଳ୍ପ କୋମାପଲି ଠାରେ ବ୍ରହ୍ମପୁର ସ୍କେତିଂ ଏକାଡେମୀର କୋଚ୍ ବିଭୂତି ଜେନାଙ୍କ ଠାରୁ ଗତ ଏକ ବର୍ଷ ଧରି ନିରନ୍ତର ଭାବେ ସ୍କେଟିଂ ଅଭ୍ୟାସ ଜାରି ରଖିଥିବା ସୁରଭି ରୋଟାରିଆନ ଟି. ସନତ ପାତ୍ର ଓ ଟି. ଗୌରୀ ପାତ୍ରଙ୍କ କନ୍ୟା ଅଟନ୍ତି ! ଏହି ସଫଳତାରେ ଖୁସି ହୋଇ ଆଜି ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ବିଧାୟକ ବିକ୍ରମ କୁମାର ପଣ୍ଡା, ମେୟର୍ ସଂଘମିତ୍ରା ଦଳାଇ, କମିଶିନୋର୍ ଜେ ସୋନାଲ, ଆରକ୍ଷୀ ଅଧିକ୍ଷକ ଶ୍ରୋବନ୍ ବିବେକ, ପ୍ରକଳ୍ପ ନିର୍ଦ୍ଦେଶକ ଭି. କୀର୍ତ୍ତି ଭାସନ୍, ଉପଜିଲ୍ଲାପଳ ଆଶୁତୋଷ କୁଳ୍କର୍ଣ, ଉପମେୟୋର୍ ଇ. ବିବେକ ରେଡି, ଅଲ ଓଡିଶା ଲୟର୍ସ ଆସୋସିଏସନ ସାଧାରଣ ସମ୍ପାଦକ, ସଂଜିତ୍ ପାଣିଗ୍ରାହୀ, ଲାଞ୍ଜିଆ ସମିତି ସଭ୍ୟ କାହ୍ନୁ ଚରଣ ପାତ୍ର କର୍ପୋରେଟର ସୂର୍ଯ୍ୟ କାନ୍ତ ସୁବୁଦ୍ଧି, ମୋଲୋୟୋ ବିଷୋୟୀ, ଜମୁଲା ଶ୍ରୀନିବାସ, ସୋନାଲି ଗନ୍ତାୟତ ଆଦି ନିମନ୍ତ୍ରଣ କରି ସୁରଭିଙ୍କୁ ଶୁଭେଛା ଜଣାଇଥିଲେ ।