ଜାତୀୟ ପୃଷ୍ଟିକର ସପ୍ତାହ ଓ ରାଷ୍ଟ୍ରିୟ ପୋଷଣ ମାସ ପାଳନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସବୁ ବର୍ଷପରି ଆଜି ବୁଧବାର ଜଳେଶ୍ୱର ବ୍ଲକର ପଞ୍‌ଚୁଘଣ୍ଟା ଠାରେ ଜାତୀୟ ପୃଷ୍ଟିକର ସପ୍ତାହ ଓ ରାଷ୍ଟ୍ରିୟ ପୋଷଣ ମାସ ପାଳିତ ହୋଇ ଯାଇଛି । ଏଥିରେ ପୂର୍ବତନ ବ୍ଲକ କାର୍ଯ୍ୟନିର୍ବାହୀ ଅଧିକାରୀ ବିନୋଦ ବିହାରୀ ଭୂୟା ସଭାପତିତ୍ୱ କରି ଏଭଳି ଏକ ଦିବସର ତତ୍ପର୍ଯ୍ୟ ଓ ପାଳନର ଆବଶ୍ୟକତା ସଂପର୍କରେ କହିଥିଲେ । ମୁଖ୍ୟ ଅତିଥିଭାବେ ସିଡିପିଓ ନିହାରିକା ମହାନ୍ତି ଯୋଗ ଦେଇ ସାମ୍ପ୍ରତିକ ବ୍ୟବସ୍ଥା ମଧ୍ୟରେ ସୁଷମ ଖାଦ୍ୟ ଗ୍ରହଣ ଓ ମାସ ଅନୁଯାୟୀ ଖାଦ୍ୟ ଗ୍ରହଣ ସଂପର୍କରେ କହିଥିଲେ । ଏଥିରେ ବହୁ ଗର୍ଭବତୀ ମହିଳା, କିଶୋରୀମାନେ ଯୋଗ ଦେଇ ପୃଷ୍ଟିକର ଖାଦ୍ୟର ଆବଶ୍ୟକତା ଓ ଏହାର ଅଭାବରେ ହେଉଥିବା ବିଭିନ୍ନ ରୋଗ ସଂପର୍କରେ ଆଲୋକପାତ କରିଥିଲେ । ଏଥିରେ ଶିଶୁ ମଂଗଳ ବିଭାଗର ନମିତା ସିଂ, ସୁସ୍ମିତା ପଣ୍ଡା, ଚଞ୍ଚଳା ବାରିକ, ବୈଜୟନ୍ତୀ ମୁଦୁଲି, ସୁକାନ୍ତି ସିଂ, ଆରାଧନ ସାଠୁଆ, କନକଲତା ବାରିକ, ବିନତାମଣି ସିଂ, ସାବିତ୍ରୀ ମହାନ୍ତି, ପାର୍ବତି ହେମ୍ବ୍ରମ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିବା ବେଳେ ଅଂଗନୱାଡି କର୍ମୀ କୁନ୍ତଳା ପାତ୍ର, ପ୍ରିୟଙ୍କା ଜେନା, ସୁଚିସ୍ମିତା ଖଣ୍ଡା, ମମତାରାଣୀ ଜେନା, ଲିଲି ସରେନ୍‌, ରାଜେଶ୍ୱରୀ କଟାଲ, କାବେରୀ ପାତ୍ର, ଜୟଶ୍ରୀ ଚନ୍ଦ, ସୁଜାତା ରାଓ, ସୀତାରାଣୀ ସାହୁ, ଜାନକୀ ସେଠୀ, ରିନା ଚୌରାସିଆ, ଅଂଜୁମ୍ ଖାତୁନ୍‌, ଆଜମେରି ବିବି, ମମତା ଚନ୍ଦ, ସଂଧ୍ୟାରାଣୀ କର୍ମକାର ପ୍ରମୁଖ ସହାୟାତା କରିଥିଲେ । ଉପଦେଷ୍ଟା ମନୋରଂଜନ ଦାସ ଅତିଥି ପରିଚୟ କରିଥିବା ବେଳେ ତୃପ୍ତିରାଣୀ ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ ।

ରିପୋର୍ଟ : ଭୂପତି ପରିଡା