ଜାତୀୟ ପୁଷ୍ଟିକର ସପ୍ତାହ ଓ ରାଷ୍ଟ୍ରୀୟ ପୋଷଣ ମାସ ପାଳନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ଅନ୍ତର୍ଗତ ହାତିଗଡ ଅଂଗନୱାଡି କେନ୍ଦ୍ରରେ ଜାତୀୟ ପୁଷ୍ଟିକର ସପ୍ତାହ ଓ ରାଷ୍ଟ୍ରୀୟ ପୋଷଣ ମାସ ପାଳିତ ହୋଇ ଯାଇଛି । ସିଡିପିଓ ନିହାରିକ ମହାନ୍ତି ମୁଖ୍ୟ ଅତିଥି ଓ ସରପଂଚ ବିଜୟ ବେହେରା ମୁଖ୍ୟବକ୍ତାଭାବେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ କାଳିକ ପଂଚାୟତର ପୂର୍ବତନ ସରପଂଚ ଗଂଗାଧର ଦାସ ସଭାପତିତ୍ୱ କରିଥିଲେ । ସୁପର ଭାଇଜର ବୈଜୟନ୍ତି ମୁଦୁଲି, ଚଂଚଳା ବାରିକ, କନକଲତା ବାରିକ, ସାବିତ୍ରୀ ମହାନ୍ତି ସୁକାନ୍ତି ସିଂ ପ୍ରମୁଖ ଯୋଗ ଦେଇ ଗର୍ଭବତୀ ନାରୀ ଓ କିଶୋରୀ ମାନଙ୍କ ଲାଗି ପୃଷ୍ଟିକର ଖାଦ୍ୟ ସଂପର୍କରେ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସୁଜାତା ବାରିକ, ମନୋସୀନି ଜେନା, ଭାରତୀ ପାତ୍ର, ହାସିନା ସାହୁ, ସୁଶାନ୍ତି ମୁର୍ମୁ, ମେରି ହଂସଦା, ସବିତା ଦାସ ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିବା ବେଳେ ମୁରଲୀଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଭୂପତି ପରିଡା