ଜାତୀୟ କଳା ଉତ୍ସବକୁ ମନୋନୀତ ନୃତ୍ୟଶିଳ୍ପୀଙ୍କୁ ଜଳେଶ୍ୱରରେ ସମ୍ବର୍ଦ୍ଧନା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ପ୍ରତିଭା କେବେ ହେଲେ ଲୁଚି ରହେନା । ଏହାକୁ ପ୍ରମାଣ କରି ଦେଖାଇଛନ୍ତି ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକର ଆଦିବାସୀ ଅଧ୍ୟୁସୀତ ରାଇବଣିଆ ଅଂଚଳର ଓଲମରା ପଂଚାୟତ ଅଧିନ ମଙ୍ଗଳପୁର ଗାଁର ନୃତ୍ୟଶିଳ୍ପୀ ସ୍ମୃତି ସାଗରୀକା ଜେନା । ପିତା କୃଷ୍ଣ ମୋହନ ଜେନା ଓ ମାତା ପୁଷ୍ପଲତା ଜେନାଙ୍କ କନିଷ୍ଠା କନ୍ୟା ଭାବେ ସେ ନିପଟ ମଫସଲ ଅଂଚଳରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ନୃତ୍ୟପ୍ରତି ଅହେତୁକ ଆଗ୍ରହ ଦେଖି ଜେଜେବାପା କ୍ଷେତ୍ରମୋହନ ଜେନା ଓ ଜେଜେମା କିରଣବାଳା ଜେନାଙ୍କ ନିର୍ଦ୍ଦେଶକ୍ରମେ ମା ଶାରଦା ସଂଗୀତ ଏକାଡେମୀରେ ଓଡିଶୀ ଓ ସମ୍ବଲପୁରୀ ଲୋକନୃତ୍ୟରେ ଶିକ୍ଷା ଆରମ୍ଭ କରିଥିଲେ । ସେ ସ୍ଥାନୀୟ ଓଲମରା ସୀମାନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷାଲାଭ କରିବା ସହିତ ସଂଗୀତ ଗୁରୁ ତାରାକାନ୍ତ ବେହେରାଙ୍କ ଠାରୁ ନୃତ୍ୟ ଶିକ୍ଷା କରୁଛନ୍ତି । ସମ୍ବଲପୁରୀ ଲୋକନୃତ୍ୟରେ ସେ ବ୍ଲକ ସ୍ତରରୁ ଜିଲ୍ଲାସ୍ତରକୁ ଓ ପରେ ରାଜ୍ୟରୁ ପ୍ରଥମ ହୋଇ ଜାତୀୟ କଳା ଉତ୍ସବକୁ ମନୋନୀତ ହୋଇଥିବା ଜଣାଯାଇଛି । ସେ ଓଡିଶା ଓ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ ହେବା ସହିତ ପୁରସ୍କୃତ ମଧ୍ୟ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ଜଳେଶ୍ୱର ସାମ୍ବାଦିକ ସମୁହଙ୍କ ପକ୍ଷରୁ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରିଷ୍ଠ ସାମ୍ବାଦିକ ଅବନୀ ଚାନ୍ଦ ସଭାପତିତ୍ୱ କରି ପ୍ରତିଭା କେବେହେଲେ ଲୁଚି ରହେନା ବୋଲି କହିଥିଲେ । ଅତିଥିଭାବେ ବସ୍ତା ବିଇଓ ଲଲାଟେନ୍ଦୁ କେଶରୀ ଜେନା, ଶିଶିର ହୁଇ, ପ୍ରତୀପ ପ୍ରଧାନ, ଦିଲ୍ଲିପ ଗିରି, ଶାନ୍ତନୁ ପଟ୍ଟନାୟକ, ସୁଦାମ ପାତ୍ର, ଶରତ ପରିଡା ପ୍ରମୁଖ ଯୋଗ ଦେଇ ତାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛଦେଇ ସମ୍ବର୍ଦ୍ଧିତ କରିଥିଲେ । ଅତିଥିମାନେ ତାଙ୍କର ଉତ୍ତରତ୍ତେର କାମନା କରିଥିବା ବେଳେ ସେ ଜାତୀୟସ୍ତରରେ ସଫଳତା ହାସଲ କରିବେ ବୋଲି ସମ୍ବର୍ଦ୍ଧନାର ଉତ୍ତରରେ କହିଛନ୍ତି ।

ରିପୋର୍ଟ : ଭୂପତି ପରିଡା