ଜଳ ନିଷ୍କାସନର ପଥ ଅବରୋଧ ନ ହଟିଲେ ଆଇନ୍‌କୁ ହାତକୁ ନେବୁ : ନାମ୍ପୋବାସୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ୫୭ତମ ରାଜ୍ୟ ରାଜପଥର ବିଭିନ୍ନ ସ୍ଥାନରେ ଜବର ଦଖଲ ହୋଇଥିବା ବେଳେ ପ୍ରଶାସନ ନିଦାବିଷ୍ଣୁ ସାଜିଛନ୍ତି । କିନ୍ତୁ ନାମ୍ପୋଠାରେ ଜଳ ନିଷ୍କାସନ ଖାଳ ଅବରୋଧ କରି ଜଳ ନିଷ୍କାସନପଥ ବନ୍ଦ କରିଥିବାରୁ ନାମ୍ପୋର ବହୁ ଗ୍ରାମବାସୀ ଦୀର୍ଘଦିନ ଧରି ବହୁ ଆଲୋଚନା, ଆବେଦନ କରିଥିଲେ ମଧ୍ୟ ଅଦ୍ୟାବଧି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । କିନ୍ତୁ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ଏହାର ସମାଧାନ ନ ହେଲେ ନାମ୍ପୋର କେତେକ ଗ୍ରାମବାସୀ ଆଇନ୍‌କୁ ହାତକୁ ନେବେ ବୋଲି ପ୍ରଶାସନକୁ ଜଣାଇଛନ୍ତି । ଜବର ଦଖଲ କବଳରେ ନାମ୍ପୋ ପୋଲିସ୍ ଫାଣ୍ଡିଠାରୁ ନାମ୍ପୋ ବଜାର ରହିଥିବାରୁ ଜଳନିଷ୍କାସନ ଠପ୍ ହୋଇ ଯାଇଛି । ଦୀର୍ଘ ୧ବର୍ଷ ଧରି ଗ୍ରାମର କେତେକ ବ୍ୟକ୍ତି ତହସିଲଦାର, ପୁର୍ତ୍ତ ବିଭାଗେ, ପୋଲିସ୍‌, ଆର୍‌ଆଇ ଏପରିକି ଜିଲାପାଳଙ୍କ ନିକଟକୁ ବାରମ୍ବାର ଯାଇ ଦାବି ଜଣାଇବା, ଆଲୋଚନା କରିବା, ଆନ୍ଦୋଳନ କରିଥିଲେ ମଧ୍ୟ ସ୍ଥାନୀୟ କୁମ୍ଭକର୍ଣ୍ଣ ନିଦ୍ରା ଭାଂଗୁ ନାହିଁ ବୋଲି ଅଭିଯୋଗ ହୋଇଛି । ନାମ୍ପୋ ଫାଣ୍ଡିଠାରେ ଥିବା ବଡ ପୋଲରେ ଜଳେଶ୍ୱର ମ୍ୟୁନିସିପାଲଟି ଓ ସୁଗୋ ପଂଚାୟତର କେତେକ ବର୍ଷା ପାଣି ତଳକୁ ଗଡି ଯାଇଥାଏ । କିନ୍ତୁ ଜବର ଦଖଲ ଓ ଗୃହ ନିର୍ମାଣ ଯୋଗୁଁ ସେଠାରେ ପ୍ରାୟ ୩ଶହ ଏକର ଜମିର ଚାଷ ପଚିଷଢି ନଷ୍ଟ ହୋଇଛି । ଏ ସଂର୍ପର୍କରେ ଗତ ୧୪ ତାରିଖରେ ଜଗଦୀଶ ପ୍ରଧାନ, ବ୍ରହ୍ମ୍େୟାତି ଦେ, ସେକ୍ କମିରୁଦଦିନ, ସୁମତୀ ଦେଙ୍କ ନେତୃତ୍ୱରେ ଶତାଧିକ ବ୍ୟକ୍ତି ପୁର୍ତ୍ତବିଭାଗ, ସ୍ଥାନୀୟ ପ୍ରଶାସନ ଓ ଜିଲାପାଳ, ୫ଟି, ମୁଖ୍ୟଶାସନ ସଚିବ, କେନ୍ଦ୍ର ମନ୍ତ୍ରୀ ପ୍ରତାପ ଶଡଙ୍ଗୀଙ୍କୁ ଅବଗତ କରାଯାଇଛି । ଜଳ ନିଷ୍କାସନର ସ୍ଥାୟୀ ବ୍ୟବସ୍ଥା ନ ହେଲେ ସ୍ଥାନୀୟ ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନସନ କରିବାକୁ ବାଧ୍ୟ ହେବେ ବୋଲି କହିବା ସହିତ ଆଇନ୍‌କୁ ହାତକୁ ନେବେ ବୋଲି ଦୃଢ ଭାବେ କହିଛନ୍ତି ।