ଜଳେଶ୍ୱର ବ୍ଳକର ନିର୍ବାଚିତ ନାଏବ ସରପଞ୍ଚ : ୩୫ରୁ ୩୪ଙ୍କ ନାମ ଘୋଷଣା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଓଡିଶା ଗ୍ରାମପଞ୍ଚାୟତ ଆଇନ୍ ୧୯୬୪ର ୫୨ ଧାରା ଅନୁଯାୟୀ ଆଜି ନାଏବ ସରପଞ୍ଚ ମାନଙ୍କ ନିର୍ବାଚନ ଅନୁଷ୍ଠିତ ହୋଇଛି । ଏଥିରେ ଆରୁହାରୁ ବରୁଣ ଜେନା, ବାଇଗଣବାଡିଆରୁ ସୁଜାତାରାଣୀ ଜେନା, ବରଡିହାରୁ ଦେବୀ ମହାନ୍ତ, ବର୍ତ୍ତନାରୁ କାଳିଚରଣ ପାଳ, ଚମାରର୍ଗାରୁ ସକୁନ୍ତଳା କରଣ, ଦକ୍ଷିଣ ପ୍ରହରାଜପୁରରୁ ବିକ୍ରମ ରାଉତ, ଗଡସାହିବାଲିଆପାଳରୁ କମଳା ଅଣ୍ଡିଆ, ଗୋବରଘଟାରୁ ସୁବଳ ମହାନ୍ତି, ଗୋପିମୋହନପୁରରୁ ପ୍ରଶାନ୍ତ କୁମାର ଦାସ, ଝାଡପିମ୍ପଳରୁ ସଞ୍ଜୁଲତା ମାଝି, ଖୁଦିଆମାଝିସାହିରୁ କ୍ଷିତିଶ ଚନ୍ଦ୍ର ଦେ, କଳମାରୁ ଅନ୍ନପୂର୍ଣ୍ଣା ଗିରି, କାଳିକରୁ ପୁଣ୍ଟିଆ ମାରାଣ୍ଡି, ଖାଲିନାରୁ ସୁଶାନ୍ତ କୁମାର ଦେ, ଖୁଆଡରୁ ରବିନ୍ଦ୍ର ପାତ୍ର, ଖୁଲୁଡାରୁ ଜ୍ୟୋସ୍ନାରାଣୀ ସାମଲ, କୋଟସାହିରୁ ମମତା ଦଳେଇ, ମହମ୍ମନଗରପାଟଣାରୁ ମାମୁନୀ ସେନାପତି, ମାକିଡିଆରୁ ବିଜୟ କୁମାର କୁଇଲା, ନଛିମପୁରରୁ ସୋନାଲି ପାତ୍ର, ନାମ୍ପୋରୁ କଳ୍ପନା ଜେନା, ନେତୁଆରୁ ଲଛମଣି ରାଉଳ, ଓଲମରାରୁ ସାଜତ ଖାଁ, ପାଇକସିଦାରୁ ଶଶାଙ୍କଶେଖର ଆଚାର୍ଯ୍ୟ, ପଶ୍ଚିମବାର୍ଡରୁ ଆରତୀ ରାଉଳ, ରାୟାଁରାମନ୍ଦ୍ରପୁରରୁ ବିବେକାନନ୍ଦ ସାହୁ, ରାଇବଣିଆରୁ ସିନିଗ ମାରାଣ୍ଡି, ରାଜପୁରରୁ ଅରବିନ୍ଦ ମଣ୍ଡଳ, ସମ୍ପତ୍ତିଆରୁ ସବିତାରାଣୀ ପ୍ରଧାନ, ସର୍ଦ୍ଦାରବନ୍ଧରୁ ସୁକୁମାର ହାଁସଦା, ଶ୍ୟାମନଗରରୁ କାର୍ମି ହାଁସଦା, ଶିଖରପୁରରୁ ମାନସୀ ଧଳ, ଶ୍ରୀରାମପୁରରୁ ଜେମାମଣି ମଲିକ, ସୁଗୋରୁ ପୁଷ୍ପଲତା ଜେନା ନାଏବ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ଅଶ୍ୱିନୀ କୁମାର ଦାସ ଲିଖିତଭାବେ ଜଣାଇଛନ୍ତି । ଲକ୍ଷ୍ମଣନାଥ ପଞ୍ଚାୟତରେ ଆଜି ଅର୍ନ୍ତଦ୍ୱନ୍ଦ ପାଇଁ କେହି ଆବେଦନ କରିନଥିବାରୁ ନାଏବ ସରପଞ୍ଚ ନିର୍ବାଚନ ହୋଇପାରିନଥିବା କୁହାଯାଇଛି ।

ରିପୋର୍ଟ : ଭୂପତି ପରିଡା