ଜଳେଶ୍ୱର ବିଜେପି ପକ୍ଷରୁ ବିକ୍ଷୋଭ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟରେ ବିଜେଡି ଦୁର୍ନିତୀମୁକ୍ତ ସରକାରର ଡିଣ୍ଡିମ ପିଟୁଥିବା ବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନିତୀ ସଂପର୍କରେ ସ୍ୱର ଉଠାଇଥିବା ମାହାଙ୍ଗାର ପୂର୍ବତନ ବ୍ଲକ ଅଧ୍ୟକ୍ଷ କୁଳମଣି ବରାଳ ଓ ସହଯୋଗୀ ଅଭିମନ୍ୟୁ ବରାଳଙ୍କୁ ନିର୍ମମ ଭ।ବେ ହତ୍ୟା କରାଯାଇଛି । ହତ୍ୟାର ୪୮ଘଣ୍ଟା ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି ହତ୍ୟାକାରୀକୁ ଗିରଫ କରାଯାଇ ନାହିଁ । ଏହି ଘଟଣାରେ ଶାସକ ଦଳର ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକଙ୍କ ସହିତ ୧୩ ଜଣଙ୍କ ହାତ ଥିବା ଜଳେଶ୍ୱର ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । ଏହି ପରିପେକ୍ଷୀରେ ବିଜେପି ନେତା ରବିନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ଏକ ବିକ୍ଷୋଭ ଜଳେଶ୍ୱର ଥାନା ସମ୍ମୁଖରେ ଅନୁଷ୍ଠିତ ହେବା ସହିତ ମନ୍ତ୍ରୀ ପ୍ରତାପ ଜେନାଙ୍କ କୋଷପୁତ୍ତଳିକା ଦାହ କରାଯାଇଥିଲା । ଦୋଷୀଙ୍କୁ ତୁରନ୍ତ ଗିରଫ କରାଯିବା ପାଇଁ ଜଳେଶ୍ୱର ଥାନା ଅଧିକାରୀ ମାନସ ଦେଓଙ୍କ ଜରିଆରେ ଓଡିଶା ରାଜ୍ୟପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଏହି ବିକ୍ଷୋଭରେ ଟାଉନ୍ ସଭାପତି ଫାଲଗୁନୀ ପ।ଣିଗ୍ରାହୀ. ସାଂସଦ ପ୍ରତିନିଧି ଶାନ୍ତନୁ ପଟ୍ଟନାୟକ, ଅରୁଣ ବେଜ, ଅନନ୍ତ ଦାସ, ତପନ ବିଶ୍ୱାଳ, ସୁମତୀ ରାଣୀ ଦେ, ଦେବୁ ଦତ୍ତ, ଦେବ ଜେନା, ସୁଶାନ୍ତ କୟାଲ, ଗଦାଧର ସିଂ, ନଗେନ୍ଦ୍ର ପାତ୍ର, ବିନୋଦ ଦତ୍ତ, ସଂଜିବ ପ୍ରଧାନ, ସଂଜୁବାଳା ଜେନା, ବିଜୟ ଖଣ୍ଡା, ସୁରେଶ ହାଁସଦା, ଚିତ୍ତ ବେହେରା, ଗୌରୀ ଶଂକର ଦଳାଇ, ସତ୍ୟନାର।ୟଣ ଦାସ, ସତ୍ୟନାରାୟଣ ବେହେରା, କୁଂଜନ ଦାସ, ସଂଜିବ ପ୍ରଧାନ, ଗୌରହରୀ ବେହେରା, ଅ’କ୍ଷୟ ଜେନା, ଅମୂଲ୍ୟ ସେନାପତି, ସେକ୍ ସୁଲତାନ, ଦେବରାଜ ଦେ, କମଳାକାନ୍ତ ଦେ ପ୍ରମୁଖ ଭାଗ ନେଇଥିଲେ ।