ଜଳେଶ୍ୱର ବସ୍‌ଷ୍ଟାଣ୍ଡର ବିକାଶ ଲାଗି ଘରୋଇ ବସ୍ ମାଲିକ ସଂଘର ସାମ୍ବାଦିକ ସମ୍ମିଳନୀ : ସ୍ଥାୟୀ ବସ୍‌ଷ୍ଟାଣ୍ଡ ପ୍ରତିଷ୍ଟା ଦାବି, ଆନ୍ତରାଜ୍ୟ ବସଷ୍ଟାଣ୍ଡ ପ୍ରତିଶୃତି କାର୍ଯ୍ୟକାରୀ କେବେ ?…

ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟର ଉତ୍ତର ଉପାନ୍ତ ବାଲେଶ୍ୱର ଜିଲାର ଜଳେଶ୍ୱରର ବିକାଶ ଲାଗି ଉଦ୍ୟମ ଜାରି ରହିଥିବା ବେଳେ ଜଳେଶ୍ୱରରୁ ରାଜ୍ୟ ଓ ରାଜ୍ୟ ବାହାରକୁ ବହୁ ବସ୍ ଚଳାଚଳ କରୁଥିଲେ ମଧ୍ୟ ସ୍ଥାୟୀ ବସ୍‌ଷ୍ଟାଣ୍ଡ ଓ ଯାତ୍ରୀ ବିଶ୍ରାମାଳାୟ ନ ଥିବାରୁ ଯାତ୍ରୀମାନେ ହିନସ୍ତା ହେଉଛନ୍ତି । ଆଜି ନବନିର୍ବାଚିତ ଘରୋଇ ବାସ୍ ମାଲିକ ସଂଘ ଏକ ସାମ୍ବାଦିକ ସମ୍ମିଳନୀରେ ଜଳେଶ୍ୱର ବସ୍‌ଷ୍ଟାଣ୍ଡ ଓ ଲକ୍ଷ୍ମଣନାଥଠାରେ ଆନ୍ତରାଜ୍ୟ ବସ୍ ଟର୍ମିନାଲର ପ୍ରତିଶୃତି କାର୍ଯ୍ୟକାରୀ କରିବାକୁ ଦାବି କରିଛି । ଜଳେଶ୍ୱର, ଭୋଗରାଇର ବିଧାୟକ ଓ ମନ୍ତ୍ରୀଙ୍କର ହସ୍ତକ୍ଷେପ ମଧ୍ୟ ଲୋଡିଛନ୍ତି । ଜଳେଶ୍ୱର ସହର ଦେଇ ବାଲେଶ୍ୱର, ଭଦ୍ରକ, ପାରାଦୀପ, କଟକ, ପୁରୀ, ଭୁବନେଶ୍ୱର, ବାରିପଦ, ରାଉରକେଲା, ବଡବିଲ, କେଉଁଝର, ଦୀଘା, କାନ୍ଥି, ହଳଦିଆ, ଏଗ୍ରା, ଚନ୍ଦନେଶ୍ୱର, ଭୂଷଣ୍ଡେଶ୍ୱର, ଭୋଗରାଇ, ଉଲୁଡା, ପଶ୍ଚିମବାର୍ଡ, ଦାନ୍ତୁନ, ମେଦିନୀପୁର, ଖଡଗପୁର, କୋଲକତା, ଦୁର୍ଗାପୁର ଇତ୍ୟାଦି ଅଂଚଳକୁ ବସ୍ ଚଳାଚଳ କରୁଥିବା ବେଳେ ସ୍ଥାୟୀ ବସ୍‌ଷ୍ଟାଣ୍ଡ ନ ଥିବାରୁ ଖରା, ବର୍ଷା, ଶୀତରେ ହୀନସ୍ତା ହେଉଛନ୍ତି । ପ୍ରେକ୍ଷାଳୟ ନ ଥିବାରୁ ଯାତ୍ରୀମାନଙ୍କ ଲାଗି ସର୍ବନିମ୍ନ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି । ତେଣୁ ଷ୍ଟେସନବଜାରରେ ପ୍ରସ୍ତାବିତ ସ୍ଥାୟୀ ବସ୍‌ଷ୍ଟାଣ୍ଡ ଲାଗି ଥିବା ସରକାରୀ ସ୍ଥାନରେ ଜବରଦଖଲ ଉଚ୍ଛେଦ କରି ବସ୍‌ଷ୍ଟାଣ୍ଡ ନିର୍ମାଣ କରିବା ଲାଗି ହୋଇଥିବା ଦାବିକୁ ଦୋହରାଇଛନ୍ତି । ଆୟୋଜିତ ସଭାରେ ମାଲିକ ସଂଘର ସଭାପତି ସୁଧିର କୁମାର ମହାନ୍ତି ସଭାପତିତ୍ୱ କରି ସ୍ଥାୟୀ ବଷ୍ଟଷ୍ଟାଣ୍ଡ ଲାଗି ୬୦ନଂ ଜାତୀୟ ରାଜପଥର ଲକ୍ଷ୍ମଣନାଥ ଠାରେ ଆନ୍ତରାଜ୍ୟ ବସ୍‌ଟର୍ମିନାଲ ଲାଗି ଜିଲାପାଳ, ଆର୍‌ଟିଓ, ଏମ୍‌ଭିଆଇ ଏବଂ ନେତୃସ୍ଥାନୀୟ ବ୍ୟକ୍ତିମାନେ ୪ଏକର ସ୍ଥାନ ଯୋଗାଇ ଦେଇଥିବାର ପ୍ରତିଶୃତ ଦେଇଥିଲେ ମଧ୍ୟ ମାଲିକ ସଂଘ ଦସ୍ତାବିଜ ପାଇନଥିବା କହିଥିଲେ । ସେହିପରି ସଂପାଦକ ଅଭିଜିତ୍ ପ୍ରଧାନ ୧୯୮୮ ମସିହାଠାରୁ ଜଳେଶ୍ୱର ବସ୍ ମାଲିକ ସଂଘ କାର୍ଯ୍ୟ କରି ଆସୁଥିଲେ ମଧ୍ୟ ସ୍ଥାୟୀ ବସ୍‌ଷ୍ଟାଣ୍ଡ ନିର୍ମାଣ ହୋଇନଥିବାରୁ ଯାତ୍ରୀଙ୍କ ଅସୁବିଧା ସଂପର୍କରେ କହିଥିଲେ । ଜଳେଶ୍ୱର ବସ୍‌ଷ୍ଟାଣ୍ଡ ନିକଟରେ ୭୦ ଫୁଟ ଓସାରର ରାସ୍ତା ରହିଥିଲେ ମଧ୍ୟ ପ୍ରାୟ ୪୫ଫୁଟ ଜବରଦଖଲଙ୍କ କବ୍‌ଜାରେ ରହୁଥିବାରୁ ପ୍ରଶାସନ ଏଥିପାଇଁ ଆଖି ବୁଜି ଦେଇଛି ବୋଲି କହିଥିଲେ । ପ୍ରାରମ୍ଭରେ କେତେକ ବାଓମାଲିକଙ୍କ ମୃତ୍ୟରେ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।ବିଧାୟକଙ୍କ ହାତପାଣ୍ଠିରୁ ଅର୍ଥ ଯୋଗାଇ ପୂର୍ବରୁ ପରିତ୍ୱକ୍ତ ଅବସ୍ଥାରେ ଥିବା ଏକ ସ୍ଥାନରେ ମାଲିକ ସଂଘର କାର୍ଯ୍ୟାଳୟ ନିର୍ମାଣ କରାଯିବା ସଂପର୍କରେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁଗ୍ମ ସଂପାଦକ ଦେବଲ କୁମାର ମିଶ୍ର, ବିଶ୍ୱଜିତ୍ ପ୍ରଧାନ, କୋଷାଧ୍ୟକ୍ଷ ଉଜ୍ଜଳ କୁମାର ପାତ୍ର, ଉପଦେଷ୍ଟା ହରେନ୍ଦ୍ର ନାଥ ଦାସ, ମାନସ କୁମାର ମିଶ୍ର, ସରୋଜ କୁମାର ଭୂୟାଁ, ବସ୍‌ଷ୍ଟାଣ୍ଡ ସଂପାଦକ ପ୍ରଦୀପ କୁମାର ପାତ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ । ନୂତନ କର୍ମକତ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ବିଦାୟୀ ସଭାପତିଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା ।

ରିପୋର୍ଟ : ଭୂପତି ପରିଡା