ଜଳେଶ୍ୱର ନୋଡାଲ ହାଇସ୍କୁଲରେ ଯୋଗଦେଲେ ପ୍ରଧାନ ଶିକ୍ଷକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ନିକଟରେ ରାଜ୍ୟ ସରକାର ହାଇସ୍କୁଲ ସ୍ତରୀୟ କେଡାର ଶିକ୍ଷକ ନିଯୁକ୍ତି ଦେଇଥିବାରୁ ଜଳେଶ୍ୱରରେ ୨୦ଟି ବିଦ୍ୟାଳୟରେ ଏହା ଲାଗୁ ହୋଇଛି । ସେହି ଅନୁଯାୟୀ ସୁଗୋ ହାଇସ୍କୁୂଲରେ ଥିବା କୁଞ୍ଜବିହାରୀ ପ୍ରଧାନ ଜଳେଶ୍ୱର ନୋଡାଲ ହାଇସ୍କୁଲର ପ୍ରଧାନ ଶିକ୍ଷକଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ପ୍ରଧାନ ଶିକ୍ଷକ ଯୋଗ ଦେବାପରେ ବିଦ୍ୟାପତି ଦେ, ପୂର୍ଣ୍ଣଚନ୍ଦ୍ର ଭୂୟାଁ, ହରେକୃଷ୍ଣ ଜେନା, ମନୋରଂଜନ ମଲ୍ଲିକ, ଶ୍ରୀକାନ୍ତ ଦାସ, ସପନ ମିଶ୍ର, ରାଜେନ୍ଦ୍ର ପାଣିଗ୍ରାହେୀ, ମନୋଜ କୁମାର ପାଣି, ସିଦ୍ଧେଶ୍ୱର ଦାସ, ସରୋଜ କୁମାର ସାସମଲ, ରାଧାଗୋବିନ୍ଦ ଜେନା, ମମତା ମହାନ୍ତି, ରାଜାବାଲା ପାତ୍ର, ସ୍ୱର୍ଣ୍ଣପ୍ରଭା ଦାସ, କଲ୍ୟାଣୀ ନନ୍ଦୀ, ସ୍ୱର୍ଣ୍ଣଲତା ସେଠୀ, ପବିତ୍ର ସେନାପତି, ଅଶୋକ ଦାସ, ଶାନ୍ତନୁ ଦାସ, ସଂଜୟ ମହାକୁଡ, ପରିତୋଷ ବାନାର୍ଜି ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି । ଉତ୍ତରରେ ଶ୍ରୀ ପ୍ରଧାନ ଏହି ବିଦ୍ୟାଳୟର ବିକାଶ ଓ ପ୍ରତିଷ୍ଠାରେ ଅଧିକ ସହାୟକ ହୋଇ କାର୍ଯ୍ୟ କରିବେ ବୋଲି କହିଥିଲେ ।