ଜଳେଶ୍ୱର ତହସିଲ ପକ୍ଷରୁ ବାଲି ଓ ମାଟି ବୋଝେଇ ଟ୍ରାକ୍ଟର ଜବତ୍‌…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବେଆଇନ୍ ‌ଭାବେ ବାଲି ଓ ମାଟି ପରିବହନକୁ ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇ ଆସୁଥିବାରୁ ଏକ ବାଲି ବୋଝେଇ ଟ୍ରାକ୍ଟର ଓଡି୦୧ୱାଇ-୬୯୯୧ ଓ ଅନ୍ୟ ଏକ ମାଟି ବୋଝେଇ ଟ୍ରାକ୍ଟର ଓଡି୦୧ଭି-୭୩୬୧କୁ ଜଳେଶ୍ୱର ତହସିଲ ପକ୍ଷରୁ ଜବତ୍ କରାଯାଇ ତହସିଲ ପରିସରକୁ ଅଣାଯାଇଛି । ତହସିଲଦାର କ୍ଷୀରୋଦ କୁମାର ପଣ୍ଡା ଓ ସଦର ଆର୍‌ଆଇ ମାନସ କୁମାର ବେହେରାଙ୍କ ଏନ୍‌ଫୋର୍ସମେଣ୍ଟ ଟିମ୍ ଏହି ଚଢାଉରେ ସାମିଲ ଥିଲେ । ବାଲି ଭୋଝେଇ ଟ୍ରାକ୍ଟରରୁ ୧୭ହଜାର ଟଙ୍କା ଜୋରିମାନା କରାଯାଇ ଥିବା ଜଣାଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା