ଜଳେଶ୍ୱର ଓକିଲ ସଂଘ ବେଆଇନ୍ ନିର୍ବାଚନ ବିରୁଦ୍ଧରେ ହାଇକୋର୍ଟର ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ ଗତ ମାର୍ଚ୍ଚ ୨୬ ତାରିଖରେ ସାରା ରାଜ୍ୟରେ ଥିବା ଓକିଲ ସଂଘ ମାନଙ୍କର ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ମାତ୍ର ଜଳେଶ୍ୱର ବାର୍ ଏସୋସିଏସନ୍ ହୋଇଥିବା ନିର୍ବାଚନରେ କେତେକ ବେନିୟମ୍ କାର୍ଯ୍ୟ ହୋଇଥିବାର ଅଭିଯୋଗ ହୋଇଛି । ନିର୍ବାଚନରେ ଲଢୁଥିବା ସଭାପତି ପ୍ରାର୍ଥି ଭାବେ ବରିଷ୍ଠ ଆଇନ୍‌ଜିବୀ ପତିତପାବନ ପ୍ରଧାନ ଏଥିନେଇ ଏପ୍ରିଲ ୧୯ତାରିଖରେ ଓବ୍ଲପିସି୯୯୧୨/୨୨ ମୂଳେ ଓଡିଶା ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ । ଏ ସମ୍ପର୍କରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଗତ ୨୧-୬-୨୨ରିଖରେ ଏକ ନିର୍ଦ୍ଦେଶନାମା ପ୍ରତିପକ୍ଷକୁ ଜାରି କରିଛନ୍ତି । ଆସନ୍ତା ଜୁଲାଇ ୧୨ ତାରିଖ ସୁଦ୍ଧା ସମସ୍ତ ବେଲେଟ ପେପରକୁ ହାଇକୋର୍ଟରେ ଦାଖଲ ଲାଗି ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ସିକ୍ରେଟ ବେଲେଟ ପେପର ମୁଣ୍ଡିଚେକ୍ ଅର୍ଥତ୍ ଫଲିଓରେ ଯେଉଁ କ୍ରମିକ ନମ୍ବର ରହିଛି ସେହି କ୍ରମିକ ନମ୍ବର ଉକ୍ତ ବେଲେଟ ପେପରରେ ମଧ୍ୟ ବେଆଇନ୍‌ଭାବେ ଜଳେଶ୍ୱର ବାର୍ ଇଲେକ୍‌୍‌ସନ୍ କମିସନରଙ୍କ ଦ୍ୱାରା ଛପାଯାଇଅଛି । ଫଳରେ ଓକିଲ ମାନଙ୍କ ଭୋଟ ଦେବା ଗୋପନିୟତା ନ ରହିବାର ସମ୍ଭବନା ଥିବାରୁ କେତେକ ଓକିଲ ଭୋଟ ଦାନରୁ ବିରତ ରହିଥିଲେ ।

ରିପୋର୍ଟ : ଭୂପତି ପରିଡା