ଜଳେଶ୍ୱରର ବିଭିନ୍ନ ସଂଗଠନ ପକ୍ଷରୁ ଉତ୍କଳ ଦିବସ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲା ଉପାନ୍ତ ଜଳେଶ୍ୱର ବ୍ଲକର ବିଭିନ୍ନ ସ୍ଥାନରେ ଆଜି ଗୁରୁବାର ଉତ୍କଳ ଦିବସ ପାଳିତ ହୋଇ ଯାଇଛି । ମାଧବଚନ୍ଦ୍ର ଶିବନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦୀନକୃଷ୍ଣ ସାହିତ୍ୟ ସଂସ୍କୃତି ସଂସଦ ପକ୍ଷରୁ ଅନୁଷ୍ଠିତ ସଭାରେ ଭାଗବତ ଚନ୍ଦ୍ର ପରିଡା ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ କବି ଅଭୟ ଦାସ ଓ ମୁଖ୍ୟ ବକ୍ତାଭାବେ ଡ. ଶ୍ରୀକାନ୍ତ ଚରଣ ପାତ୍ର ଯୋଗଦେଇ ଓଡିଶାର ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା, ଅଖଣ୍ଡତା, ସ୍ୱାଭିମାନର ସୁରକ୍ଷାଲାଗି ପ୍ରତ୍ୟେକ ଓଡିଆ ନିଜର କର୍ତ୍ତବ୍ୟନିଷ୍ଠ ହେବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶରତଚନ୍ଦ୍ର ପ୍ରଧାନ, ସୁଧାଂଶୁ ଶେଖର ପ୍ରଧାନ, ଅକ୍ଷୟ ମିଶ୍ର, ମନୋରଞ୍ଜନ ଦାସ, ସୁଶାନ୍ତ ଦାସ, ବଂଶୀଧର ବାରିକ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ସୁକୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । କବିତା ପାଠୋତ୍ସବ, ନାଚ, ଗୀତ ଇତ୍ୟାଦି ଅନୁଷ୍ଠିତ ହୋଇ ଥିଲା । ଅନୁରୂପଭାବେ ସି.ପି.ଆଇ.ଏମ୍ ପକ୍ଷରୁ ଜଳେଶ୍ୱର ପୁରୁଣା କୋର୍ଟ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା । ଦିଲ୍ଲିପ କୁମାର ଗିରି, ଶିଶିର ହୁଇ, ଦିଲ୍ଲିପ ପରିଡା ପ୍ରମୁଖ ଆଜିର ଦିବସର ତାତ୍ପର୍ଯ୍ୟ ସଂପର୍କରେ ବକ୍ତବ୍ୟ ରଖିଥିଲେ । ସେହିପରି ବାଣିଦା ଗ୍ରାମରେ ଜନସୁରକ୍ଷାମଂଚ ପକ୍ଷରୁ ମଧୁବାବୁଙ୍କ ପ୍ରତିମୂର୍ତ୍ତରେ ମାଲ୍ୟାର୍ପଣ କରାଯାଇ ଏକ ସଭା ଅନୁଷ୍ଠିତ ହୋଇଥିଲା ।ଏଥିରେ ପଲ୍ଟୁଦାସ, ସମରେନ୍ଦ୍ର ମହାନ୍ତି, ପ୍ରଦୀପ ମହାନ୍ତି, ଗୌତମ ଦାସ, ସୁରଞ୍ଜନ ଆଚାର୍ଯ୍ୟ, ରୁହ୍ୟା ଟୁଡୁ, ବିଜୟ ମହାନ୍ତି, ଆଶିଷ ମହାପାତ୍ର, ସୁଶାନ୍ତ ଦାସ, ବୀରେନ୍ଦ୍ର ପଣ୍ଡା, ଗୌରୀକାନ୍ତ ମହାନ୍ତି ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଉତ୍କଳ ସମ୍ମିଳନୀ, ଜଳେଶ୍ୱର ଶାଖା ଓ କଳାକାର ବିକାଶ ପରିଷଦ ଓ ଅଂଗନୱାଡି କର୍ମୀ ସଂଘ ପକ୍ଷରୁ ଜଳେଶ୍ୱର ନୂଆବଜାର ଠାରେ ଉତ୍କଳ ଦିବସ ପାଳନ ହୋଇ ଯାଇଛି । ଜଳେଶ୍ୱର କଂଗ୍ରେସ ପକ୍ଷରୁ ‘ମୁଁ ମଧୁ ବାବୁ ପରି ହେବି’ ଶୀର୍ଷକ ଆଲୋଚନା ଚକ୍ର ସଂଧ୍ୟାରେ ବଡବଜାର ଛକ ନିକଟରେ ଅନୁଷ୍ଠିତ ହୋଇ ଯାଇଛି । ରାଜୀବ ପରିଡାଙ୍କ ସଭାପତିତ୍ୱରେ କଂଗ୍ରେସ ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ, ଗିରିଜା ଶଂକର ଦାସ, ସୁଦାମ ପାତ୍ର, ହେମନ୍ତ ଗିରି, ଜଗଦିଶ ନନ୍ଦୀ ପ୍ରମୁଖ ଏଥିରେ ଭାଗ ନେଇଥିଲେ । ସୀମାନ୍ତ ହାଟପଦା ସେବାଶ୍ରମ ମଧ୍ୟରେ ଥିବା ଫକୀରମୋହନଙ୍କ ପ୍ରତିମୂର୍ତ୍ତରେ ବିପିନ ବିହାରୀ ବିଶ୍ୱାଳ, କମଳ ଚକ୍ରବର୍ତ୍ତୀ, ଅରୁଣ ବେଜ, ଅଶୋକ ଦାସ, ଡ. ଅଜିତ୍ ମହାନ୍ତି ପ୍ରମୁଖ ମାଲ୍ୟାର୍ପଣ କରିଥିଲେ ।