ଜଳେଶ୍ୱରରେ ବିଭିନ୍ନ ଔଷଧ ଦୋକାନରେ ଚଢାଉ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାପାଳ ଓ ଡ୍ରଗ୍ସ କଣ୍ଟୋଲର, ଭୂବନେଶ୍ୱରଙ୍କ ନିର୍ଦ୍ଦେଶକ୍ରମେ ଜଳେଶ୍ୱରର ବିଭିନ୍ନ ସ୍ଥାନରେ ଥିବା ଔଷଧ ଦୋକାନ ଗୁଡିକରେ ଚଢାଉ କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଔଷଧ ଦୋକାନ ମାନଙ୍କରେ ବେଆଇନ୍ ଔଷଧ ବିକ୍ରି ଅଭିଯୋଗରେ ଜିଲା ଡ୍ରଗ୍ସ ଇନିସ୍‌ପେକ୍ଟର ଜ୍ଞାନନ୍ଦା ପ୍ରିୟଦର୍ଶନୀ ମିଶ୍ର, ଜଳେଶ୍ୱର ଅବକାରୀ ବିଭାଗ ଓ ରାଇବଣିଆ ପୋଲିସ୍‌ର ମିଳିତ ଚଢାଉ କରାଯାଇଥିଲା । ରାଇବଣିଆ, ଖୁଆଡ, ହାତୀଗଡ ଏବଂ ଜଳେଶ୍ୱର ଅଂଚଳରେ ଥିବା ବିଭିନ୍ନ ଔଷଧ ଦୋକାନ ଗୁଡିକୁ ଯାଞ୍ଚ କରାଯାଇଥିଲା । ମୋଟ ୮ଟି ଔଷଧ ଦୋକାନରୁ ସଂଗୃହିତ ହୋଇଥିବା ସନ୍ଦେହଯୁକ୍ତ ଔଷଧର ନମୁନା ଗୁଡିକୁ ପରୀକ୍ଷା ଲାଗି ପଠାଯାଇଥିବା ଜଣାଯାଇଛି । ଫଳରେ ସ୍ଥାନୀୟ ଅଂଚଳରେ ଥିବା ଔଷଧ ଦୋକାନୀ ମାନଙ୍କ ମଧ୍ୟରେ କୋକୁଆଭୟ ସୃଷ୍ଟି ହୋଇଛି ।