ଜଳେଶ୍ୱରରେ ବିଜୁ ଜନତା ଦଳର ୨୪ତମ ପ୍ରତିଷ୍ଠା ଦିବସ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ଜନତା ଦଳ ପକ୍ଷରୁ ୨୪ ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ମୂରଲୀ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର ପୌରହିତ୍ୟ କରି ୨୩ ବର୍ଷରେ ବିଜେଡି ସରକାରର ବିଭିନ୍ନ ଜନହିତକର ଯୋଜନା ସଂପର୍କରେ ବକ୍ତବ୍ୟ ରଖିବା ସହ ‘ଲଭ ଅଲ୍‌, ସାର୍ଭ ଅଲ’ ବାର୍ତ୍ତା ଦେଇଥିଲେ । ମୁଖ୍ୟ ଅତିଥିଭାବେ ପ୍ରାକ୍ତନ ସାଂସଦ ତଥା ଜିଲା ବିଜେଡି ସଭାପତି ଇଂ ରବିନ୍ଦ୍ର କୁମାର ଜେନା ଯୋଗ ଦେଇ ବାଲେଶ୍ୱରରେ କୃଷି ବିଶ୍ୱବିଦ୍ୟାଳୟ ଖୋଲାଯିବା ସଂପର୍କରେ ସୂଚନା ଦେଇଥିଲେ । ଉତ୍ତର ବାଲେଶ୍ୱରର ବିଭିନ୍ନ ପ୍ରକଳ୍ପ ଲାଗି ଆସନ୍ତା ବର୍ଷମାନଙ୍କରେ ୧ଲକ୍ଷ କୋଟି ଟଙ୍କା ବିନିଯୋଗ କରାଯିବ ବୋଲି ପ୍ରକାଶ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲା ଯୁବ ସଭାପତି ତାପସ ପରିଡା, କୃଷକ ମୋର୍ଚ୍ଚା ସଭାପତି ଅଜୟ ସାମଲ, ବ୍ଲକ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ, ବ୍ଲକ ସଭାପତି ଭୂପତିଚରଣ ମିର୍ଦ୍ଧା, ରାଜ୍ୟପରିଷଦ ବିନ୍ଦୁବାଳା ନନ୍ଦି, ବସ୍ତାବ୍ଳକ ଉପସଭାପତି ଅନାଦି ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତୀପ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇ ଉଦ୍‌ବୋଧନ ଦେଇଥିଲେ । ମନସ ଜେନା, ଫିରୋଜ ଖାଁ, ସଂଚିତା ସେନାପତି, ଦିଲ୍ଲୀପ ସାମଲ, ଗିରିଜା ଶଂକର ମହାନ୍ତି, ସନ୍ତୋଷ ଦାସ ମହାପାତ୍ର, ଆରତୀ ଦାସ ପ୍ରମୁଖ ଯୋଗ ଦେଇ ବିଜେଡି ସରକାରର ନିର୍ମଳ ଶାସନ ସଂପର୍କରେ ମତବ୍ୟକ୍ତ କରିଥିଲେ । ଏହି ଉତ୍ସବରେ ବିଜୁ ବାହିନୀର ଚନ୍ଦନ କୁମାର କର, ମାସନ ଧଳ, କାଳିଚରଣ ଦାସ, ଆନନ୍ଦ କର ଏବଂ ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ଡିପିପୁର, ଶ୍ରୀରାମପୁର, ସନ୍ତୋଷପୁର ଗ୍ରାମପଂଚାୟତର କର୍ମକର୍ତ୍ତରଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜଳେଶ୍ୱର, ବସ୍ତା ବ୍ଲକରୁ ଶତାଧିକ କର୍ମୀ ଯୋଗ ଦେଇଥିବା ବେଳେ ନଗର ସଭାପତି ସୁରଜିତ ଘୋଷ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ସଂଜୀବ ପାଳ, ମଧୁସୂଦନ ସେନାପତି, ବିଜୟ କାମିଳା, ସେକ୍ ଅବଦୁଲ ରହିମ, ଅର୍ଚ୍ଚନା ଗିରି, ବିଶ୍ୱଭୂଷଣ ଦାସ, ହାସିରୁଦ୍ଦିନ ବକ୍ସ, ଗୋବିନ୍ଦ ସାହୁ, ଦିପୁ ସାମନ୍ତ ପ୍ରମୁଖ ସହଯୋଗ କରିଥିଲେ ।