ଜଳେଶ୍ୱରରେ କେନ୍ଦ୍ରୀୟ ବିଦ୍ୟାଳୟ ଲାଗି ସିଦ୍ଧାନ୍ତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଓଡିଶା ଓ ପଶ୍ଚିମବଂଗ ଉପାନ୍ତ ଅଂଚଳରେ କେନ୍ଦ୍ରୀୟ ବିଦ୍ୟାଳୟ ନ ଥିବାରୁ ଏକ କେନ୍ଦ୍ରୀୟ ବିଦ୍ୟାଳୟ ଜଳେଶ୍ୱରରେ ଖୋଲିବାଲାଗି ଦୀର୍ଘବର୍ଷଲାଗି ଆଲୋଚନା, ପର୍ଯ୍ୟାଲୋଚନା ଓ ଦାବି ହୋଇ ଆସୁଛି । ଆଜି ଅପରାହ୍ନରେ କୋର୍ଟବଜାରସ୍ଥିତ ମୃତ୍ୟୁଞ୍ଜୟ ଭବନରେ ଶିକ୍ଷାବିତ୍ ଦିଲ୍ଲିପ ଗିରିଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇ ଏପରି ଏକ ବିଦ୍ୟାଳୟ ସ୍ଥାପନ ହେବାର ସିଦ୍ଧାନ୍ତ ନିଆଯାଇଛି । ଏହି ବୈଠକରେ କେନ୍ଦ୍ରୀୟ ବିଦ୍ୟାଳୟର ଜଣେ ଅବସରପ୍ରାପ୍ତ ଅଧ୍ୟକ୍ଷ ପିତାମ୍ବର ଦାସ ଓ ଅବସରପ୍ରାପ୍ତ ଶିକ୍ଷକ ନଗେନ୍ଦ୍ର ପ୍ରଧାନ ଯୋଗ ଦେଇ ଏପରି ବିଦ୍ୟାଳୟ ସ୍ଥାପନ କରିବାର ବିହୀତ କାର୍ଯ୍ୟାନୁଷ୍ଠାନ ସଂପର୍କରେ ଆଲୋଚନା ଓ ପରାମର୍ଶ ଦେଇଥିଲେ । ସେମାନଙ୍କ ପରାମର୍ଶ କ୍ରମେ ଚଳିତ ଶିକ୍ଷାବର୍ଷରୁ କେନ୍ଦ୍ରୀୟ ବିଦ୍ୟାଳୟ କାର୍ଯ୍ୟକ୍ଷମ ହେବାର ସିଦ୍ଧାନ୍ତ ନିଆଯାଇଥିଲା । ଏହି ବୈଠକରେ ଅଶୋକ ଜେନା, ସମୀର ପାତ୍ର, ଆଶିଷବ୍ରତ ସିଂ, ଶ୍ୟାମାଚରଣ ଦାସ, ଲଳିତରଂଜନ ସେନାପତି, କଳୀଚରଣ ପୃଷ୍ଟି, ସୁବ୍ରତ ବେରା, ପିତାମ୍ବର ଦାସ, ନଗେନ୍ଦ୍ର ପ୍ରଧାନ ଓ କଳ୍ପିତାରାଣୀ ସାହୁଙ୍କ ସହିତ ବହୁ ଶିକ୍ଷାପ୍ରେମୀ ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି ପରିଡା