ଜଳେଶ୍ଵର ”ହେଲ୍ପ ଫର ୟୁ ଫାଉଣ୍ଡେସନ” ସଙ୍ଗଠନ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ବ୍ଲକ ଅନ୍ତର୍ଗତ ଗୋପିମୋହନପୁର ଗ୍ରାମ ପଞ୍ଚାୟତର ଛମୌଜ ଜଗନ୍ନାଥଙ୍କ ମନ୍ଦିର ପରିସରରେ ସଭାପତି ମାନସ ରଞ୍ଜନ ଧଳଙ୍କ ନେତୃତ୍ବରେ ଆଜି ସକାଳ ୭ ଘଟିକା ସମୟରେ ସଫେଇ କାର୍ଯ୍ୟକ୍ରମ ”ହେଲ୍ପ ଫର ୟୁ ଫାଉଣ୍ଡେସନ” ଦ୍ଵାରା କରା ଯାଇଛି । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଜଳେଶ୍ଵର ଆଇଆଇସି ମାନସ କୁମାର ଦେଓଙ୍କ ସହଯୋଗରେ ଉକ୍ତ ସଫେଇ କାର୍ଯ୍ୟ ଅନୁଷ୍ଠିତ ହେବା ସହିତ ଅନୁଷ୍ଠାନର ସଭ୍ୟ ସୁଜିତ କମିଳା, ସୁବାଶିଷ ମାନସ ରଞ୍ଜନ ରାଉଳ, ପ୍ରଶାନ୍ତ ବେହେରା, ଗୋପୀ କୃଷ୍ଣ ପ୍ରଧାନ, ନଗେନ୍ଦ୍ର ବାରିକ, ସମାଜସେବୀ ତଥା ଶିକ୍ଷକ ହେମନ୍ତ କୁମାର ଜେନା, ହେମନ୍ତ ପାତ୍ର, ତନ୍ମୟ ଚାନ୍ଦ, ଚନ୍ଦନ ଧଳ, ତପନ ଧଳ, ଜୀବନ କୃଷ୍ଣ ବେହେରା, ମନୋଜ କୁମାର ଜେନା, ନାଟୁ ଦତ୍ତ ପ୍ରମୁଖ ଯୋଗ ଦେଇଥିଲେ । ପରିବେଶକୁ ସ୍ଵଛତା ରଖିବା ପାଇଁ ଜନସାଧାରଣଙ୍କୁ ସଚେତନ ମଧ୍ୟ କରାଇଥିଲେ ।