ଜଳେଶ୍ଵର ସ୍ଵେଚ୍ଛାସେବୀ ସଙ୍ଗଠନ ହେଲ୍ପ ଫର୍ ୟୁ ଫାଉଣ୍ଡେସନକୁ ରାଜ୍ୟ ସ୍ତରୀୟ ସମ୍ମାନ ପ୍ରଦାନ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ରାଜ୍ୟସ୍ତରୀୟ ସାମାଜିକ ସଂଗଠନ ଆଶାର ଦିଶା ଫାଉଣ୍ଡେସନ ଚଣ୍ଡିଖୋଲ ଶାଖାର ପ୍ରଥମ ସମାଜମଙ୍ଗଳ ହୁଣ୍ଡିଦାନ କାର୍ଯ୍ୟକ୍ରମ ତଥା ଆଶାର ଦିଶା ସେବା ସମ୍ମାନ ୨୦୨୦ ପ୍ରଦାନ ଉତ୍ସବ ଚଣ୍ଡିଖୋଲ ମହାବିନାୟକ ଡାକବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି । ଅସହାୟ କର୍କଟ ରୋଗରେ ପୀଡିତ ପିଡ଼ିତା ମାନଙ୍କ ଉଦ୍ଦେଶ୍ୟରେର ଓଡ଼ିଶା ସମାଜସେବୀ ମହାସଙ୍ଘର ରାଜ୍ୟ ସଭାପତି, ସମାଜମଙ୍ଗଳ ହୁଣ୍ଡିର ପ୍ରତିଷ୍ଠାତା ତଥା ଆଶାର ଦିଶା ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ଓଝାଙ୍କ ସଭାପତିତ୍ୱରେ ଜିଲ୍ଲା ସଂଯୋଜକ ସର୍ବେଶ୍ୱର ବାରିକ ବିବରଣୀ ପାଠ କରିଥିଲେ । ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ବିଶିଷ୍ଟ ସମାଜସେବୀ ମୀରା ପରିଡା, ସମ୍ମାନିତ ଅତିଥିଭାବେ ବିଶିଷ୍ଟ ସମାଜସେବୀ ସସ୍ମିତା ଦାସ, ବିଶିଷ୍ଟ ସମାଜସେବୀ ତଥା କବିୟତ୍ରୀ ଡ଼ଃ ବନ୍ଦନା ହରିଚନ୍ଦନ, ଧର୍ମଶାଳା ଥାନା ଭାରପ୍ରାପ୍ତ ଅଧିକାରୀ ସରୋଜ କୁମାର ସାହୁ, ଚଣ୍ଡିଖୋଲ ଟ୍ରାଫିକ ଥାନା ଭାରପ୍ରାପ୍ତ ଅଧିକାରୀ ବିଜୟିନୀ ମଲ୍ଲ, ଚଣ୍ଡିଖୋଲ ଫରେଷ୍ଟର ଶଶିକାନ୍ତ ବେହେରା, ଶୁଙ୍ଗୁଡା ସରପଞ୍ଚ ଶ୍ରୀମତୀ ଚାଚାଳିନୀ ସ୍ବାଇଁ, ଅଗ୍ନିଶମ ଅଧିକାରୀ ପ୍ରଭାକର ସାହୁ, ଅଧ୍ୟାପକ ପବିତ୍ର ମାହାଲା, ଆଦର୍ଶ ଶିକ୍ଷକ ଦୟାନିଧି ସାମଲ, କିମ୍ସ ହସ୍ପିଟାଲର ଅସ୍ତିଶଲ୍ୟ ବିଭାଗ ଚିକିତ୍ସକ ଡ଼ ସୁମନ୍ୟୁ କୁମାର ତ୍ରିପାଠୀ, ବିଶିଷ୍ଟ ସମାଜସେବୀ ଧୀରେନ ରାଉତରାୟ, ହାସ୍ୟ ଅଭିନେତା ସ୍ମୃତିରଞ୍ଜନ ମହାନ୍ତି ନଟିଆ, ବିଶିଷ୍ଟ କଣ୍ଠଶିଳ୍ପୀ ଏନ ଶ୍ରୀନିଭାସ, ସଙ୍ଗୀତ ନିର୍ଦେଶକ ମୁନୁ ପାଗଳ, ସମାଜସେବୀ ରାଧାନାଥ ରାୟ, ସମାଜସେବୀ ମହାସଙ୍ଘ ମୁଖପାତ୍ର ପ୍ରସନ୍ନ ପାଣି ପ୍ରମୁଖ ଯୋଗ ଦେଇଥିଲେ । ଅସହାୟ କର୍କଟ ପୀଡିତ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦେଶକ ଧ୍ରୁବାନନ୍ଦ ଦାସଙ୍କୁ ହୁଣ୍ଡିରୁ ମୋଟ ତେଇସି ହଜାର ପାଞ୍ଚଶହ ଅଣଶଠୀ ଟଙ୍କା ଅତିଥିମାନଙ୍କ ହସ୍ତରେ ପ୍ରଦାନ କରାଯାଇଥିଲା, ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟର ସାମାଜିକ କର୍ମୀ ଓ ସାମାଜିକ ସଂଗଠନମାନଙ୍କୁ ଆଶାର ଦିଶା ସେବା ସମ୍ମାନ ପ୍ରଦାନ କରାଯାଇଥିଲା । ତା’ ସହିତ ବାଲେଶ୍ଵର ଜିଲ୍ଲାର ସଭାପତି ମାନବ ଅଧିକାର ପ୍ରଟେକ୍ସନ ଓ ହିରନ ମୟୀ ସାମାଜିକ ସେବା ଟ୍ରଷ୍ଟର ସଭାପତି ଚୈତାଳି ଲୋଧ,ଏବଂ ଜଳେଶ୍ଵର ଅଗ୍ରଣୀ ସାମାଜିକ ସଙ୍ଗଠନ “ହେଲ୍ପ ଫର ୟୁ ଫାଉଣ୍ଡେସନ”କୁ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଯୋଗୁଁ ସମ୍ମାନିତ କରା ଯାଇଥିଲା । ଶେଷରେ ଜିଲ୍ଲା ସଭାପତି ମୁନା ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଉପଦେଷ୍ଟା ଅଜୟ ମହାନ୍ତିଙ୍କ ସମେତ ସମ୍ବ୍ରିତ ମାହାଲା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।